Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ୍ ଅନୁଷ୍ଠାନ ରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ

ଗୋପାଳପୁର,୨୬/୦୨
ପାଲୁର ହିଲ ସ୍ତିତ ନିଷ୍ଟ୍ ଅନୁଷ୍ଠାନ ପରିସରରେ ଗଣତନ୍ତ୍ର ଦିବସ ପାଳିତ ହୋଇଥିଲା। ଗଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ନେଭି ର ପିଟି ଅଫିସର ପ୍ରମୋଦ ପାଣିଗ୍ରାହୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନିଷ୍ଟ୍ ଅନୁଷ୍ଠାନର ଅଧକ୍ଷ ଡ଼ ପି ରାଜେଶ କୁମାର, ଉପ ଅଧକ୍ଷ ଡ଼ ବିଷ୍ଣୁଙ୍କର ନାୟକ, ପ୍ରଶାସନ ମୁଖ୍ୟ ସୟଦ ସୁଲେମାନ ଅଲି ଛାତ୍ରଛାତ୍ରୀ ଙ୍କୁ ସମ୍ବୋଧନ କରିଥିଲେ ଏବଂ ପରେଡ ସମୟରେ ଅଭିବାଦନ ଗ୍ରହଣ କରିଥିଲେ। ନିଷ୍ଟ୍ ଅନୁଷ୍ଠାନର N C C ଟିମ ତରଫରୁ ପବିତ୍ର କୁମାର ଗୌଡ଼, ଆଲୋକ ପାତ୍ର, NSS ଟିମ ତରଫ ରୁ ନୃସିଂହ ପ୍ରସାଦ ତ୍ରିପାଠୀ ଏବଂ ଛାତ୍ର ଛାତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସରୋଜ ପାଢ଼ୀ, ପିତାମ୍ବର ସାହୁ, ଡ. ସସ୍ମିତା ପାଢ଼ୀ, ଡ. ଲକ୍ଷ୍ମୀକାନ୍ତ ରାଜୁ, ଡ଼. ରତିକାନ୍ତ ନାୟକ, ଡ. ମାନବେନ୍ଦ୍ର ପାତ୍ର, ଡ. ପ୍ରୀତି ରଞ୍ଜନ ସାହୁ, ଡ଼. ସବ୍ୟସାଚୀ ରଥ, ଡ଼. ଅମରନାଥ ପାଢ଼ୀ, ଡ଼. ଭାସ୍କର ଭୋଳ, ଡ଼. ସୁବ୍ରତ କୁମାର ସାହୁ, ଡ଼. ଅଶ୍ୱିନୀ କୁମାର ନାୟକ, ଶ୍ରୀ ସୁଜିତ ରାଉତ, ମିଟୁ ବରାଳ, ପ୍ରଜ୍ଞା ସାମନ୍ତ, କ୍ଷୀରାବ୍ଦି ତନୟା ନାୟକ, ବାସନ୍ତୀ ପାତ୍ର, ସୌମ୍ୟା ମୁଦୁଲି, ସୁନିତା ପଣ୍ଡା, ବାସୁଦେବ ପାଢ଼ୀ, ଡଂବରୁ ସେଠି, ମୁନା ମହାନ୍ତି, ଧିରେନ ପରିଜା, ଧରଣୀଧର ଡାକୁଆ, ପି କିରଣ ରେଡି ପ୍ରମୁଖ ଅନେକ ଅଧ୍ୟାପକ ଅଧ୍ୟପିକା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ନିଷ୍ଟ୍ ଅନୁଷ୍ଠାନ ର ବହୁ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ବିଭିର୍ନ club ତରଫରୁ ବିଭିର୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଶକିର, ଆୟୁଷି ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories