Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବେଳାଭୂମି ମହୋତ୍ସବ ୨ୟ ଦିନ ସଚେତ ଓ ପରମ୍ପରା ଙ୍କ ଗୀତରେ ଝୁମିଲେ ଦର୍ଶକ।

ଗୋପାଳପୁର,୨୬/୦୧
ଗୋପାଳପୁର ରେ ଚାଲିଥିବା ୪ ଦିନିଆ ବେଳାଭୂମି ମହୋତ୍ସବ ର ଆଜି ଦ୍ବିତୀୟ ଦିନ ସନ୍ଧ୍ୟା ରେ ଗୋପାଳପୁର ପ୍ରବଳ ଭିଡର ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଉଦଘାଟନ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଙ୍କ ସମେତ ଆସିକା ସାଂସଦ ପ୍ରମିଳା ମଲ୍ଲିକ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସାହୁ , ଧରାକୋଟ ବିଧାୟକ ନନ୍ଦୀମ ଦେବୀ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ପ୍ରମୁଖ ମଞ୍ଚାସିନ ରହିଥିଲେ।ଏହି ଅବସରରେ ଆଜି ବଲିଉଡ ଗାୟକ ଓ ଗାୟିକା ସଚେତ ଓ ପରମ୍ପରା ଙ୍କ ଗୀତରେ ମହୋତ୍ସବ ଉପଭୋଗ କରୁଥିବା ଲୋକମାନେ ଝୁମିବା ଦେଖିବାକୁ ମିଳିଥିଲା।ଏହା ସହ ଓଡ଼ିଆ ଗାୟକ ସ୍ବୟଂ ପାଢ଼ୀ ଓ ଦୀପ୍ତି ରେଖା ପାଢ଼ୀ ଙ୍କ ଯାଦୁ ଭରା ସଂଗୀତ ରେ ଲୋକେ ଝୁମିଥିଲେ। ପ୍ରିନ୍ସ ଡ୍ୟାନସ ଗୃପର କଳାକାର ମାନଙ୍କ ପକ୍ଷରୁ ଶିବ ତାଣ୍ଡବ ଓ ଦେଶାତ୍ମବୋଧକ ଗୀତ ରେ ନୃତ୍ୟ ପରିବେଷଣ ସହ ସିଜଲରସ ଡ୍ୟାନସ ଗୃପ‌ ପକ୍ଷରୁ ଓଡ଼ିଆ ଗୀତ ର ତାଳେ ତାଳେ ନୃତ୍ୟ ପରିବେଷଣ କରା ଯାଇଥିଲା। ବ୍ରହ୍ମପୁର ରୁ ଆସିଥିବା ନୃତ୍ୟ ଅନୁଷ୍ଠାନ ର‌ କଳାକାରମାନଙ୍କ ପକ୍ଷରୁ ଆଧୁନିକ,ଓଡିଶୀ ସମେତ ନରେନ୍ଦ୍ର ପୁରର କଳାକାର ମାନଙ୍କ ପକ୍ଷରୁ ରଣପା ନୃତ୍ୟ ଲୋକଙ୍କୁ ଆକର୍ଷିତ କରିଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories