Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ପଞ୍ଚାୟତ ରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋକସରା:୨୭/୦୧
ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳ ରୂପାୟନ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର। ଶନିବାର କୋକସରା ପଞ୍ଚାୟତ ରେ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ସଭାପତିତ୍ୱ ରେ ଅତିଥି ଭାବେ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ,ବିଡ଼ିଓ କୋକସରା ସ୍ନେହାପ୍ରଭା ମାଝୀ ଉପସ୍ଥିତ ରହିଥିଲେ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣ ଙ୍କୁ ଅବଗତ କରାଇବା ସହ ଓଡିଶା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ହିଁ ଓଡିଶା ବିକାଶ ର କାହାଣୀ ଲେଖିବ ବୋଳି କହିଥିଲେ। କଟକ ରୁ ଆସିଥିବା ସିଙ୍ଘମ,ଜଟଣୀ ରୁ ଆସିଥିବା ନଟରାଜ ଗ୍ରୁପ, ସ୍କୁଲ ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସର ରେ ମାଟ୍ରିକ ଟପ୍ପର ଛାତ୍ରୀ ତୁଳସୀ ରାଉତ, ରାଜ୍ୟ ସ୍ତରୀୟ ଭଳିବଲ ଖେଳାଳି ସ୍ୱାତିରାଣି ପ୍ରଧାନୀ,ଘଚାଷି ନେତା ଶିଵ ପ୍ରସାଦ ପ୍ରଧାନୀ,ଘୁମୁରା କଳାକାର ସ୍ବର୍ଗତ ନୃପରାଜ ପ୍ରଧାନୀ ଙ୍କୁ ମରୋଣାତ୍ତର ସମ୍ବର୍ଦ୍ଧିତ ମାନପତ୍ର ତାଙ୍କ ପୁଅ ଅତୁଲ୍ୟ ପ୍ରଧାନୀ ଙ୍କୁ ଦିଆଯାଇଛି।ବୟୋଜ୍ୟେଷ୍ଠ କଳାକାର କାମଦେବ ଧ. ମାଝୀ, ଦୁର୍ଘଟଣା ଗ୍ରସ୍ଥ ଙ୍କୁ ଉଦ୍ଧାର କରି ଚିକିତ୍ସା ସେବା ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଜିତାମିତ୍ର ପ୍ରଧାନୀ ଓ ବରିଷ୍ଠ ସମାଜସେବୀ ପର୍ଶୁରାମ ପ୍ରଧାନୀ ଙ୍କୁ ପଞ୍ଚାୟତ ପକ୍ଷରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ର ମହିଳା କର୍ମଚାରୀ,ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା,ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ ହୋଇଥିଲେ।କନିଷ୍ଠ ଯନ୍ତ୍ରୀ କୀର୍ତ୍ତୀ ରଞ୍ଜନ ବେହେରା,ପଞ୍ଚାୟତ ପିଇଓ ଭବିଷ୍ୟତ ପଟେଲ ଓ ପଂଚାୟତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories