Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣିଟାଙ୍କି ଉପରେ ଚଢି ଶ୍ରମିକଙ୍କ ଆତ୍ମହତ୍ୟା ଉଦ୍ୟମ

କଳାହାଣ୍ଡି,୨୭/୦୧-କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକର ଗଜବାହାଲ ଗ୍ରାମ ପଞ୍ଚାୟତର କଅଁସିଲ୍ ଗାଁରେ ନିର୍ମାଣ ହେଉଥିବା ପାଣିଟାଙ୍କି ଉପରେ ଚଢି ଜଣେ ଶ୍ରମିକ ଆତ୍ମହତ୍ୟା ଉଦ୍ୟମ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ଯୁବକ ଜଣକ ନବରଙ୍ଗପୁର ଜିଲ୍ଲାର କୁମାର ଗୁଡା ଗାଁ ର ମହେଶ ହୋଇଥିବାବେଳେ ବୟସ ତାର ୨୮ବର୍ଷ ମଧ୍ୟରେ ହେବ। ତେବେ ଉକ୍ତ ପାଣି ଟାଙ୍କି ନିର୍ମାଣ କରିବାକୁ ଆସି ଏଭଳି କାଣ୍ଡ ଭିଆଇଛି। ପାଣି ଟାଙ୍କି ଉପରେ ଚଢି ଯାଇ ଆଉ ତଳକୁ ଓହ୍ଲାଉ ନଥିବାବେଳେ ସାଥୀ ଶ୍ରମିକ ଓ ଗ୍ରାମବାସୀମାନେ ସ୍ଥାନୀୟ ରିଷିଡା ପୋଲିସ ଓ ଅଗ୍ନିଶ୍ରମ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କରିବାକୁ ଓ ତଳକୁ ଆଣିବାକୁ ପ୍ରୟାସ କରିଥଲେ ବି ବିଫଳ ହୋଇଛନ୍ତି। ଯୁବକ ଜଣକ ହାତରେ ଗୋଟେ ଛୋଟ ବାଡି ଧରିଛି ପାଣିରୁ ତଳକୁ ଆସୁନାହିଁ ଏଣୁ ଉଦ୍ଧାର କରି ମାନଙ୍କୁ ନାକେଦମ୍ କରି ପକେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ