Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଣ୍ଡା ଖାଇଦେଲେ ଅଙ୍ଗନୱାଡି ଦିଦି

କଳାହାଣ୍ଡି, ୨୭/୦୧ (ଜଗନ୍ନାଥ ନାଏକ) : ସରକାର ଗର୍ଭବତୀ ମହିଳାମାନଙ୍କ ଓ ଛୋଟ ଛୋଟ ଶିଶୁ ମାନଙ୍କୁ କିପରି ହୃଷ୍ଟ ପୃଷ୍ଟ ରଖିବେ ସେ ନେଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।କିନ୍ତୁ ତାହା ବାଟମାରଣା ହେଉଛି, ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ପଦମପୁର ଗ୍ରାମରେ,ଉକ୍ତ ଗ୍ରାମରେ ଥିବା ଅଙ୍ଗନବାଡ଼ି କର୍ମଚାରୀ ଭାବେ ଅଛନ୍ତି ବସମଟି ସୁନା, ଗ୍ରାମବାସୀର ମହାଳି ମାନଙ୍କ ଅଭିଯୋଗ ହିସାବରେ ଦୀର୍ଘ ମାସ ହେଲା ଗର୍ଭବତୀ ମାଁ ଓ ଛୋଟ ଛୋଟ ଛୁଆ ମାନଙ୍କୁ ଅଣ୍ଡା,ଛତୁଆ ଠିକ ହିସାବରେ ଦେଉନାହାନ୍ତି,ତା ସହିତ ଭଲଭାବରେ ଅଙ୍ଗନବାଡ଼ି କେନ୍ଦ୍ର କୁ ମଧ୍ୟ ଆସୁନାହିଁ।ମାଁ ମାନେ ଅଣ୍ଡା ଛତୁଆ ପାଇଁ କହିଲେ,ମୋ ଘରୁ ଆଣିକି ଦେବୀ କି,ମୋ ସୁନା ବିକି ଦେବୀ କି କହୁଛନ୍ତି ଅଙ୍ଗନୱାଡ଼ି ଦିଦି,ମତେ ଲୋକ ଦେଖାଣିଆ ଭାବରେ ଦୁଇ ତିନି ଜଣ ଙ୍କୁ ଅଣ୍ଡା ଛତୁଆ ବାଣ୍ଟି ସବୁଯାକ ଖାଇଦେଉଛି ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି।ଏ ନେଇ ଆମେ ଅଙ୍ଗନବାଡ଼ି ଦିଦି ବସମାତି ସୁନାକୁ ଫୋନ ଯୋଗାଯୋଗ କରିଥିଲୁ କିନ୍ତୁ ସମ୍ପର୍କ ହୋଇ ପାରି ନଥିଲା,ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସି ଦାବି କରୁଛନ୍ତି,