Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଗତି ଶିକ୍ଷାନୁଷ୍ଠାନରେ ୭୫ତମ ସାଧାରଣତନ୍ତ୍ର ଦିବସ ବହୁ ଆଡମ୍ବରେ ପାଳିତ

ଭବାନୀପାଟଣା, ୨୭/୦୧ (ଜଗନ୍ନଥ ନାଏକ):- ଭବାନୀପାଟଣା ସହର ନିକଟସ୍ଥ ପ୍ରଗତି ଶିକ୍ଷାନୁଷ୍ଠାନରେ ୭୫ ତମ ସାଧାରଣତନ୍ତ୍ର ଦିବସ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଭାରତ ସରକାରଙ୍କ ଏନ୍ ଆର୍ ଡି ସି ସିନିୟର୍ ରିଜନାଲ ମ୍ୟାନେଜର ଡ଼ଃ ବିଜୟ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ପ୍ରଗତି ଅନୁଷ୍ଠାନର ସେକ୍ରେଟାରୀ ଇଂ ଅଜୟ କୁମାର ପଣ୍ଡା, ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ଆରସିୟା ସାଏଲା, ଚିନ୍ମୟ ଗୁରୁ, ରମେଶ ମେହେର, ଶେଷଦେଵ ମୁଣ୍ଡ, ତାପସ ପରିମାଣିକ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ ତଥା ଅଭିଭାବକ ଅଭିଭାବିକା ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ବିଜୟ କୁମାର ସାହୁଙ୍କଦ୍ୱାରା ପତାକା ଉତ୍ତୋଳନ ପରେ ପରେ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ପରେ ପରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ୟାରେଡ଼ ପ୍ରଦର୍ଶନ ହୋଇଥିଲା ଏବଂ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି ଅବସରରେ  ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଭାରତ ସରକାରଙ୍କ ଏନ୍ ଆର୍ ଡି ସି ସିନିୟର୍ ରିଜନାଲ ମ୍ୟାନେଜର ବିଜୟ କୁମାର ସାହୁ, କଳାହାଣ୍ଡି ଜିଲ୍ଲା ଲୋକକଳା, ଲୋକନୃତ୍ୟ ତଥା ଲୋକସଂସ୍କୃତି ପ୍ରତିନିଧି ଧ୍ୟାନ ପଣ୍ଡା, ବରିଷ୍ଠ ସାମ୍ବାଦିକ ତଥା ଲେଖକ ଉମାଶଙ୍କର କର, ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି, ଆଇନ ଛାତ୍ରୀ ତଥା ଓଡ଼ିଶା ଜୁଡ଼ିସିଆଲ ସର୍ଭିସ୍ ପରୀକ୍ଷାରେ ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ରାନି ରଞ୍ଜିତା ପଟ୍ଟନାୟକ, ଭାରତୀୟ ସଂସଦ ଭବନରେ ଓଡିଶା ପକ୍ଷରୁ ପ୍ରଧିନିଧିତ୍ଵ କରିଥିବା ବକ୍ତା ଅନ୍ମୋଲ ଅଙ୍କିତା, କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ବିଜେତା ଲେଖକ ଜୟଦ୍ରଥ ସୁନା, ପ୍ରଗତି ମହାବିଦ୍ୟାଳୟର ଛାତ୍ର ତଥା ଯୁବ ପର୍ବତାରୋହୀ ସ୍ମୃତି ରଞ୍ଜନ ମାଝୀ, ଚିତ୍ରକଳା ପ୍ରତିଯୋଗିତାରେ ଜାତୀୟ ସ୍ତରରେ ପୁରସ୍କୃତ ହେଇଥିବା ପ୍ରଗତି କନସେପ୍ଟ ସ୍କୁଲର ଛାତ୍ର ଶୁଭ ଓଁକାର ରଥ ପ୍ରମୂଖଙ୍କୁ ଉପଢୌକନ ସହିତ ସମ୍ମାନିତ କରାଯାଇଥିଲା । ପରିଶେଷରେ ମୁଖ୍ୟ ଅତିଥିଙ୍କଦ୍ୱାରା ପ୍ରଗତି କଂସେପ୍ଟ ସ୍କୁଲଦ୍ୱାରା ପ୍ରସ୍ତୁତ ରୋବୋଟିକ ଲ୍ୟାବର ଉଦଘାଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ବିଦ୍ୟାସଗାର ମୁଣ୍ଡ  କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ