Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗୋବିନ୍ଦପୁର ବୃଦ୍ଧାଶ୍ରମରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ

ଝାରସୁଗୁଡା୨୭/୧ (ଓଡ଼ିଶା.ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି ଓ ପିପୁଲ୍ସ ଫୋରମ୍ ଦ୍ଵାରା ପରିଚାଳିତ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଦ୍ଵାରା ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ପିପୁଲ୍ସ ଫୋରମ୍ ପଶ୍ଚିମ ଓଡ଼ିଶାର ଉପସଭାପତି ସଞ୍ଜୟ ଜେଠୀଙ୍କ ତତ୍ତ୍ଵାବଧାନରେ ବୃଦ୍ଧାଶ୍ରମର ମୁଖ୍ୟ ପରିଚାଳକ ଗଣେଶ ଚନ୍ଦ୍ର ବଳିୟାରସିଂ ଏଥିରେ ଅଧ୍ୟକ୍ଷତା କରିଥିଲେ । କଦମଡିହି କେନ୍ଦୁପତ୍ର ବିଭାଗ ବନାଞ୍ଚଳ ଅଧିକାରୀ ବୀରମଣି ଜୟପୁରିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଲଖନପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ତୁଷାରାମ ପଧାନ, ଭୀଷ୍ମଦେବ ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ବୃଦ୍ଧାଶ୍ରମର କାଉନସିଲର ଦୀପ୍ତିମୟୀ ପ୍ରଧାନ,ସହକର୍ମୀ ରିନା ପ୍ରଧାନ,କମଳା କିସାନ, କାଦମ୍ବିନୀ ନାଏକ,ଦେବାଶିଷ ବିଶ୍ଵାଳ,ସନ୍ତୋଷ ଜଗଦଳା ସୁନିଲ ଦାସ, ଉମେଶ ଗରୁଡ଼,ଅନୂୟ ପ୍ରସାଦ ତାଣ୍ଡି ଓ ଜ୍ଞାନରଞ୍ଜନ ସାହୁ ପ୍ରମୁଖ କର୍ମକର୍ତ୍ତା ସହଯୋଗ କରି ଅନ୍ତେବାସୀଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ମିଷ୍ଠାନ ଓ ସୁସ୍ଵାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଅନ୍ତେବାସୀଙ୍କୁ ଆପ୍ୟାୟିତ କରା ଯାଇଥିଲା ।

More Stories