ଯୋଜନାବଦ୍ଧ ଭାବେ ସୁବଳୟା ର ଯୁବକଙ୍କୁ ପଥର ରେ ଛେଚି ହତ୍ୟା ଅଭିଯୋଗ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଞ୍ଚଳରେ ଏକ ଯୁବକକୁ ନିର୍ଗମ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି I ସୁବଳୟା ଧୀବର ପଡା ନିବାସୀ ସୁରେଶ ଅଧିକାରୀ ଙ୍କ ପୁଅ ଡମ୍ବରୁ (27 ବର୍ଷ) ବୋଲି ମୃତକ ଜଣକ ଜଣାପଡିଛି l ସୂଚନା ଯେ ମୃତ ଡମ୍ବରୁଧର ସୁବଳୟା ପୁରୁଣା ଥାନା ପାଖରେ ଏକ ପାନ ଦୋକାନ କରିଥିବା ବେଳେ ଦୋକାନ ବନ୍ଦ କରି ବ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜ ଘରକୁ ଫେରି ନ ଥିଲେ I ପରିବାର ଲୋକ ବହୁତ ଖୋଜା ଖୋଜି କରିବା ପରେ ଗ୍ରାମ ରୁ ପ୍ରାୟ ଦୁଇ କି.ମି ଦୂର ଚନ୍ଦଳି-ସାଲେପୁର ମଧ୍ୟସ୍ଥ ଗୁଡି ବନ୍ଧ ପାଖରେ ଏକ ମୃତ ଦେହ ପଡିଥିବା ଲୋକଙ୍କ ଠାରୁ ଖବର ପାଇଲେ I ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକ ର ପରିଚୟ ପାଇଥିଲା I ମୃତ ଡମ୍ବରୁ ର ବାପା ଙ୍କ ଲିଖିତ ଅଭିଯୋଗ କ୍ରମେ ଥାନା ଏକ କେଶ ରୁଜୁ କରି ପୁଲିସ ତଦନ୍ତ କରୁଛି I ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅଧିକ ତଦନ୍ତ ଚଳେଇଛି I ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l