ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ବାଘମାରୀ ଗ୍ରାମ ବାସିନ୍ଦା ବିଶିଷ୍ଟ ଶିକ୍ଷାବିତ ଚନ୍ଦ୍ର ଶେଖର ମିଶ୍ର ( 75 ବର୍ଷ ) ଙ୍କ ପରଲୋକ ହୋଇଯାଇଛି I କିଛିଦିନ ହେଲା ସେ ବାର୍ଦ୍ଧକ୍ଯ ଜନିତ ରୋଗରେ ଶଯ୍ଯାଶାୟୀ ଥିଲେ l ଶନିବାର ପ୍ରାୟ ସକାଳ 10 ଘଣ୍ଟା ସମୟରେ ହଠାତ ସ୍ଵାସ୍ଥ୍ୟବସ୍ଥା ଜଟିଳ ହେବାରୁ ତୁରନ୍ତ ନିକଟସ୍ଥ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା I ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା I ସ୍ଵର୍ଗତଃ ମିଶ୍ର ସ୍କୁଲ ଏସ୍ ଆଇ , ଜିଲ୍ଲା ଶିକ୍ଷାଧୀଶ ଆଦି ପଦରେ ରହି 2008 ରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ I 2009 ରୁ 2017 ପର୍ଯ୍ୟନ୍ତ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ l ଏଥି ସହିତ ବୀରମହାରାଜପୁର ଶିଶୁ ମନ୍ଦିରର ସମ୍ପାଦକ , ବରିଷ୍ଠ ନାଗରିକ ସଂଗଠନ ର ସଭାପତି , ସାଂସ୍କୃତିକ ସଂସଦ ର ଉପଦେଷ୍ଟା ସହିତ ବାଘମାରି ଲକ୍ଷ୍ମୀ ପୂଜା କମିଟିର ଉପଦେଷ୍ଟା ଭାବେ ମଧ୍ଯ କାର୍ଯ୍ୟ ତୁଲାଇଥିଲେ I ଶେଷ ସମୟରେ ତାଙ୍କର ଏକମାତ୍ର ପୁତ୍ର ସୋମନାଥ , ପୁତ୍ର ବଧୁ ପ୍ରଭାସିନି ଙ୍କ ସହ ବନ୍ଧୁ ପରିଜନ ସମସ୍ତେ ଉପସ୍ଥିତ ଥିଲେ l ତାଙ୍କ ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ଵାର ରେ କରାଯାଇଛି I
ଶିକ୍ଷାବିତ ଚନ୍ଦ୍ର ଶେଖର ମିଶ୍ର ଙ୍କ ପରଲୋକ
