Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୀତୀଶଙ୍କୁ ବହୁରୂପୀ ଏଣ୍ଡୁଅ ରତ୍ନରେ ସମ୍ମାନିତ କରାଯିବା ଉଚିତ୍: ଲାଲୁଙ୍କ ପୁଅ ତେଜପ୍ରତାପ

ନୂଆଦିଲ୍ଲୀ: ନୀତୀଶଙ୍କୁ ବହୁରୂପୀ ଏଣ୍ଡୁଅ ରତ୍ନରେ ସମ୍ମାନିତ କରାଯିବା ଉଚିତ୍। ନୀତୀଶଙ୍କ ଇସ୍ତଫା ପରେ ନିଜର ପ୍ରଥମ ପ୍ରତିକ୍ରିୟାରେ ଏହା କହିଛନ୍ତି  ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ। ତେଜପ୍ରତାପ ସାଧାରଣତଃ ଗଣମାଧ୍ୟମଠୁ ଦୂରରେ ରୁହନ୍ତି, ମାତ୍ର ସେ ଆଜି ସାମାଜିକ ଗଣମାଧ୍ୟମରେ ନିଜର ତୀବ୍ର ଅସନ୍ତୋଷ  ଜାହିର କରିଛନ୍ତି।

ଉଲ୍ଲେଖନୀୟ ନୀତୀଶ କୁମାର ଇଣ୍ଡିଆ ମହାମେଣ୍ଟଠୁ ଅଲଗା ହୋଇ ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଏନଡିଏ ସହ ମିଶି ବିହାରରେ ନୂତନ ସରକାର ଗଠନ କରିଛନ୍ତି। ଏହା ପରେ ଜେଡିୟୁ ନେତାଙ୍କ ପ୍ରତି ଲାଲୁ ପରିବାରଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି। ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ତେଜପ୍ରତାପ ଯାଦବ ନୀତୀଶଙ୍କୁ ପଲଟିସ୍ କୁମାର ମଧ୍ୟ କହିଛନ୍ତି।

ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ମଧ୍ୟ ନୀତୀଶ କୁମାରଙ୍କୁ ତାତ୍ସଲ୍ୟ କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଡଷ୍ଟବିନ ପୁଣି ଡଷ୍ଟବିନକୁ ଚାଲିଗଲା। ରୋହିଣୀ ପିଏମ ନରେନ୍ଦ୍ର ମୋଦୀଙ୍କୁ ଛେପ ପକାଇ ଚାଟିବା  ଲୋକ ବୋଲି କହିଛନ୍ତି। ଆଜି ସନ୍ଧ୍ୟାରେ ବିହାରରେ ନବମ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର। ସକାଳେ ଇସ୍ତଫା ଦେଇଥିବା ନୀତୀଶ ସନ୍ଧ୍ୟାରେ ଏନଡିଏରେ ସାମିଲ୍ ହୋଇ ବିଜେପି ସହ ମିଶି ସରକାର ଗଢିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ