ଆସନ୍ତା ୨୭ରେ ରାଜ୍ୟସଭା ନିର୍ବାଚନ, ଓଡିଶାର ୩ ସାଂସଦଙ୍କ ସରୁଛି କାର୍ଯ୍ୟକାଳ, ଅଶ୍ୱିନୀ ବୈଷ୍ଣବ ବି ସାମିଲ୍


ଭୁୁବନେଶ୍ୱର: ଆସନ୍ତା ଫେବୃଆରୀ ୨୭ ତାରିଖରେ ହେବ ରାଜ୍ୟସବା ନିର୍ବାଚନ । ଏ ନେଇ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଓଡିଶାର ଖାଲି ପଡୁଥିବା ୩ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏ ନେଇ ଫେବୃଆରୀ ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଫେବୃଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ଫେବୃଆରୀ ୧୬ରେ ପ୍ରାର୍ଥୀପତ୍ର ଯାଂଚ ହେବ । ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ୨୦ ତାରିଖ ରହିଛି।

ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି । ଏହା ଦେଶ ସହ ରାଜ୍ୟ ରାଜନୀତିକୁ ସରଗରମ କରିବାକୁ ଯାଉଛି । ଓଡିଶାର ତିନି ରାଜ୍ୟସଭା ସାଂସଦ ମଧ୍ୟରୁ ଦୁଇ ଜଣ ବିଜେଡି ଥିବା ବେଳେ ଜଣେ ବିଜେପି ସାଂସଦଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୨ ତାରିଖରେ ସରିବାକୁ ଯାଉଛି । ଦୁଇ ଜଣ ବିଜେଡି ସାଂସଦ ହେଉଛନ୍ତି ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ । ଅନ୍ୟପଟେ ବିଜେପି ନେତା ତଥା ଓଡିଶାର ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି ।

ତେବେ ଏତି ତିନି ଆସନରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ଅଶ୍ୱିନୀ ବୈଷ୍ଣବଙ୍କ ଏଥର ଓଡିଶାରୁ ଲୋକସଭା ନିର୍ବାଚନ ଲଢିବା ନିଶ୍ଚିତ । ଏଥର ସେ ଲୋକସଭା ନିର୍ବାଚନ ଲଢି ସିଧାସଳଖ ରାଜନୀତି ମଇଦାନକୁ ଓହ୍ଲାଇବେ । ତେଣୁ ବିଜେପି ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ତାହା ଦେଖିବା ବାକି ରହିଲା ।

ବିଜେଡି ନେତା ଅମର ପଟ୍ଟନାୟକ ୨୦୧୯ ଜୁନ ୨୯ରେ ରାଜ୍ୟସଭାର ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେହିପରି ପ୍ରଶାନ୍ତ ନନ୍ଦ ୨୦୧୮ ଏପ୍ରିଲ ୪ରେ ପଦ ଗ୍ରହଣ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୧୯ ଜୁନ ୨୯ରେ ରାଜ୍ୟସଭା ସଦସ୍ୟତା ଗ୍ରହଣ କରିଥିଲେ ।