ଭୁୁବନେଶ୍ୱରରେ ପହଂଚିଲେ ଖଡଗେ, ଓଡିଶା ବଂଚାଅ ସମାବେଶକୁ ଦେବେ ଉଦବୋଧନ


ଭୁୁବନେଶ୍ୱର: ଆଜି ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଲେ ଖଡଗେ । ଏଠାରେ ତାଙ୍କୁ ଦଳର ବରିଷ୍ଠ ନେତା ଓ କର୍ମୀମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏଠାରୁ ବିରାଟ ଶୋଭାଯାତ୍ରାରେ ସେ ସିଧାସଳଖ କଂଗ୍ରେସ ଭବନ ଯାଇଛନ୍ତି । ଲୋୟର ପିଏମଜିରେ ଓଡିଶା ବଂଚାଅ ସମାବେଶରେ ଉଦବୋଧନ ଦେବେ । ଏଥିରେ ହଜାର ହଜାର କଂଗ୍ରେସ କର୍ମୀ ସାମିଲ ହେବେ । ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଖଡଗେ ଆଲୋଚନା କରିବେ ।

ଲୋୟର ପିଏମଜିରେ ଆୟୋଜିତ ହେବାକୁ ଥିବା ଓଡିଶା ବଂଚାଅ ସମାବେଶରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାରଙ୍କ ସମେତ ଓଡିଶା କଂଗ୍ରେସର ସମସ୍ତ ବିଧାୟକ, ବରିଷ୍ଠ ନେତାମାନେ ଯୋଗ ଦେବେ । ୨୦୨୪ ନିର୍ବାଚନକୁ ଆଉ କେଇ ମାସ ବାକି ରହିଛି । ନିର୍ବାଚନକୁ କଂଗ୍ରେସ ଗୁରୁତର ସହ ଗ୍ରହଣ କରିଛି । ୨୦୧୯ ସାଧାରଣ ନିର୍ବାଚନରେ ଦଳ ଶୋଚନୀୟ ପ୍ରଦର୍ଶନ କରିଥିଲା । ବିଧାନସଭାରେ ଦଳ ମାତ୍ର ୧୬ ପ୍ରତିଶତ ଭୋଟ୍ ପାଇଥିଲା । ୧୩୮ ବିଧାନସଭା କ୍ଷେତ୍ରରେ ଦଳ ପ୍ରାର୍ଥୀ ଦେଇଥିବା ବେଳେ ୩୧ଟି ଆସନରେ ଦ୍ୱିତୀୟ ଓ ୯୧ଟି ଆସନରେ ତୃତୀୟ ସ୍ଥାନରେ ରହିଥିଲା ।

ତେଣୁ ଜାତୀୟ ଦଳ ହିସାବରେ ଏଥର ରାଜ୍ୟ କଂଗ୍ରେସ ଲୋକଭା ଆସନକୁ ମଧ୍ୟ ଗୁରୁତ୍ୱ ଦେଉଛି । ୨୦୧୯ରେ କଂଗ୍ରେସ ଲୋକସଭା ଆସନକୁ ମଧ୍ୟ ଗୁରୁତ୍ୱ ଦେଉଛି । କାରଣ ୨୦୧୯ରେ ଦଳ ଓଡିଶାରୁ ମାତ୍ର ଗୋଟିଏ ଲୋକସଭା ସିଟ୍ ଜିତିଥିଲା । ମାତ୍ର ୧୪ ପ୍ରତିଶତ ଭୋଟ୍ ହାସଲ କରିଥିଲା । ତେଣୁ ଦଳ ଏଥର ନିଜର ସ୍ଥିତି ସୁଦୃଢ କରିବାକୁ କସରତ ଚଳାଇଛି ।

ଆନ୍ଧ୍ର ପ୍ରଦେଶ ପଥର କୁଆଁରୀ ବିସ୍ପୋରଣରେ ପ୍ରାଣ ହରାଇଥିବା ଗଜପତି ଜିଲ୍ଲାର ୨ ପରିବାରକୁ ଭେଟିଲେ ବିଜେଡ଼ି ନେତାପାରଳାଖେମୁଣ୍ଡି:୬/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ୨ ଜଣ ଶ୍ରମିକ ଆନ୍ଧ୍ରର ଏକ ପଥର କୁଆଁରୀ ବିସ୍ପୋରଣରେ ମୃତ୍ୟୁବରଣ କରିଥିଲେ. ମୃତ୍ୟୁବରଣ ପରିବାରକୁ ସମବେଦନା ଜଣାଇବା ସହ ଆବଶ୍ୟକ ସରକାରୀ ସାହାର୍ଯ୍ୟ ଦାବି ନେଇ ଗଜପତି ଜିଲ୍ଲାର ବିଜେଡି ନେତାମାନେ ମୃତ ପରିବାରକୁ ଭେଟି ସରକାରଙ୍କୁ ଦାବି ଜଣାଇଛନ୍ତି. ଘଟଣାରୁ ପ୍ରକାଶ, ଗତ ୩ତାରିଖ ଦିନ ଆନ୍ଧ୍ରପ୍ରଦେଶର ଏକ ପଥର କୁଆଁରୀ ବିସ୍ପୋରଣ ସମୟରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା. ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ ଜଣ ଓ ଗଜପତି ଜିଲ୍ଲାର ୨ଜଣ ରହିଛନ୍ତି. ଉକ୍ତ ଖବର ପାଇ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ ପ୍ରମୁଖ ଗଜପତି ଜିଲ୍ଲା ମୋହନା ବ୍ଳକର ଦୁଇ ମୃତକ ଭାସ୍କର ବିଷୋୟୀ ଓ ଟୁକୁନା ଦଳାଇଙ୍କ ମୃତ ପରିବାରଙ୍କ ଘରେ ପହଞ୍ଚି ସେମାନଙ୍କୁ ସାନ୍ତ୍ୱନା ଦେବା ସହ 2 ମୃତକଙ୍କ ଆତ୍ମାର ସଦଗତି କାମନା କରିଥିଲେ. ଏଥିସହ ଦୁଇ ପରିବାରକୁ ଆର୍ଥିକ ସହାୟତା ସହ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ସରକାର ପ୍ରଦାନ କରନ୍ତୁ ବୋଲି ବିଜେଡିର ଏହି ନେତାମାନେ ଦାବି କରିଛନ୍ତି.ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଦୁଇ ମୃତ ପରିବାରର ପିଲାମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ.