କେନଝରିଆପାଲି ହାଇସ୍କୁଲ ରେ ଆର୍ଦ୍ରଭୂମି ସଂରକ୍ଷଣ ନେଇ ଆଲୋଚନାଚକ୍ର

ବୀରମହାରାଜପୁର (ସୌମିତ୍ରି ମେହେର) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ ଝରିଆପାଳି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ଠାରେ ଶନିବାର ଆର୍ଦ୍ରଭୂମି ସଂରକ୍ଷଣ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ଏଥିରେ ଅଧ୍ୟକ୍ଷତା କରିଥିଲେ । ଇକୋ କ୍ଲବର ଶିକ୍ଷକ ଗୌରୀଶଙ୍କର ପୂଜାହାରୀ ପ୍ରସଙ୍ଗର ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । କ୍ରୀଡା ଶିକ୍ଷକ ସୁରେନ୍ଦ୍ର ପ୍ରଧାନ ଆର୍ଦ୍ରଭୂମି ମିତ୍ର ହେବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଏହି ଉପଲକ୍ଷେ କୁଇଜ୍ , ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନିଳୀମା ସାହୁ , ଲିପ୍ସା ବାଘ , କ୍ରିଷ୍ଣା ପ୍ରଧାନ , ତୁଳସୀ ଷାଣ୍ଢ , ଲୋପାମୁଦ୍ରା ତାଣ୍ଡିଆ , ଶେଷଦେବ ବିଶି ଆଦି କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।