Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୮ତମ ଚିପିଲିମା ଉତ୍ସବ ସମାରୋହ:-ନାଚଗୀତରେ ଝୁମିଲେ ଦର୍ଶକ,ମନମୋହିଲା କ୍ଷୁଦ୍ରନାଟକ “ଟିକଟ”

ଚିପିଲିମା,ସମ୍ବଲପୁର ଚିପିଲିମା ଉତ୍ସବ ପ୍ରତିବର୍ଷ ବୀର ସୁରେନ୍ଦ୍ରସାଏ ଜୟନ୍ତୀ ଦିନ ଚିପିଲିମା ଉତ୍ସବ ଅନୁଷ୍ଠିତ ହୋଇ ଆସୁଥିବାବେଳେ,ଚଳିତ ବର୍ଷ ଅଦିନିଆ ବର୍ଷା ପ୍ରଭାବରେ ଉତ୍ସବକୁ ସ୍ଥଗିତ ରଖାଯାଇଥିଲା।ସ୍ଥଗିତ ଉତ୍ସବକୁ ଗତ ଶନିବାର ରବିବାର ଦୁଇଦିନ ଉତ୍ସଵ ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଭିଏସଏସ କ୍ଳବ ପକ୍ଷ୍ୟରୁ ଆୟୋଜିତ ଉତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ ମୁଖ୍ୟ ଜିଏମ ଇଂ ନବକୃଷ୍ଣ ନାୟକ ମୁଖ୍ୟ ଅତିଥିଭାବରେ ଯୋଗଦାନ କରି ବାଗଦେବୀ ସରସ୍ୱତୀ ଓ ବୀର ସୁରେନ୍ଦ୍ରସାଏଙ୍କ ଫୋଟୋଚିତ୍ର ରେ ଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ପ୍ରଦାନ କରି ଉତ୍ସବର ଉଦ୍ଘାଟନ କରିଥିଲେ।ସେହିପରି ମଞ୍ଚାସୀନ ଅତିଥିମଧ୍ୟରେ ଅବସରପ୍ରାପ୍ତ ସିଏଚଇପି ଇଂ ଅଶୋକ ପଣ୍ଡା,କଳାକାର ସଂଜୀବ ଅଗ୍ରୱାଲ,କ୍ଲବ ସଦସ୍ୟ ହରିଶ୍ଚନ୍ଦ୍ର ଦଳାଇ,ରାମକୁମାର,ରାଜକିଶୋର ମହାନନ୍ଦ ପ୍ରମୁଖ ଥିଲେ।ସେହିପରି ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ବିଜେଡି ଜିଲ୍ଲା ସମ୍ପାଦକ ଦେବେନ୍ଦ୍ର ପତି ଯୋଗଦାନ କରି ଦୀପପ୍ରଜ୍ବଳନ କରିଥିଲେ।ସମ୍ମାନୀୟ
ଅତିଥିମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ
ଇଂ ଦିଲୀପ ଦୁରିଆ,ସମାଜସେବିକା କିରଣ ଜୟପୁରିଆ,
ଜିଲ୍ଲା ପରିଷଦ ସୁଦର୍ଶନ ହରିପାଲ,ସ୍ଥାନୀୟ ସରପଞ୍ଚ ଗୋରେଖ ରାଉତ, ବିଜେଡି ଜିଲ୍ଲା ସମ୍ପାଦକ ଜିତୁ ମିଶ୍ର,ବ୍ଲକ ସଭାପତି ବାଞ୍ଛାନିଧି ମିଶ୍ର,ବସନ୍ତପୁର ସମିତି ସଭ୍ୟ ବଳରାମ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ।ପ୍ରତ୍ୟହ ସନ୍ଧ୍ୟାରେ ନାଚ ,ଗୀତ,ଦଳଗତନୃତ୍ୟ,ଦୁଲଦୁଲି,ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।ସ୍ଥାନୀୟ ବିଦ୍ୟାଳୟ ଟପ୍ପର ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଦ୍ଵିତୀୟ ସନ୍ଧ୍ୟାରେ ପଦ୍ମପୁରରୁ ନିମନ୍ତ୍ରିତ ଦଳ କ୍ଷୁଦ୍ର ସମ୍ବଲପୁରୀ ନାଟକ “ଟିକେଟ”ପ୍ରଦର୍ଶିତ ହୋଇଥିଲା,ଯାହାକି ଦର୍ଶକଙ୍କୁ ବେଶ
ଆକର୍ଷିତ କରିଥିଲା।ସମସ୍ତ କାର୍ଯ୍ୟକ୍ରମକୁ ପୂର୍ବତନ କ୍ଲବ ସଭାପତି ମହେନ୍ଦ୍ର ରାଉତ,ସଭାପତି ଜୟଶଙ୍କର ତିବାରି, ସମ୍ପାଦକ ଗଣେଶ ତାଣ୍ଡିଆ,ହରିଶ୍ଚନ୍ଦ୍ର ଦଳାଇ,କୃଷ୍ଣ ପ୍ରଧାନ ,ରାଜକିଶୋର ମହାନନ୍ଦ,ପ୍ରମୁଖଙ୍କ ସମେତ ଜନସାଧାରଣ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ