Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବଦୂତ ସାଜିଲେ ଡବ୍ଳୁଓଡିସି ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର

କଳାହାଣ୍ଡି, ୨୯/୦୧ (ଜଗନ୍ନାଥ ନାଏକ) : ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଦେବଦୂତ ଭାବରେ ରକ୍ଷା କରିବା ସହ ବିପଦ ସମୟରେ ମାନବିକତା ଦେଖାଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର। ଆଜି ଦିନ ୨ଟା ସମୟରେ ସେରଗଡ ତାରିଣୀ ମନ୍ଦିର ପୂର୍ବରୁ ଏକ ବାଇକ୍ ଓ ସାଇକେଲ ଆରୋହୀଙ୍କ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର ସେହି ରାସ୍ତାରେ ଯାଉଥିବା ବେଳେ ଲୋକ ରୁଣ୍ଡ ହୋଇଥିବା ଦେଖି ଅଟକିଥିଲେ। ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିବା ସାଇକେଲ ଆରୋହୀଙ୍କ ପାଇଁ ଶିଘ୍ର ଆମ୍ବୁଲାନ୍ସର ବନ୍ଦୋବସ୍ତ ହୋଇପାରିନଥିଲା । ତେଣୁ ଶ୍ରୀ ଠାକୁର ତାଙ୍କ ନିଜ ଗାଡିରେ ଆହତଙ୍କୁ ନେଇ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେ ମୁଡିଂ ପଞ୍ଚାୟତ ଡଙ୍ଗା ପଟା ଗାଁ ର ପଙ୍କଜ ମାଝି ବୋଲି ତାଙ୍କ ପରିଚୟ ଜଣାପଡିଛି। ବାଇକ୍ ସହିତ ଦୁର୍ଘଟଣା ଯୋଗୁଁ ତାଙ୍କ ମୁଣ୍ଡରେ ଏବଂ ଅଣ୍ଟାରେ ଆଘାତ ହୋଇଛି । ଶ୍ରୀ ଠାକୁରଙ୍କର ଏହିଭଳି ମାନବଧର୍ମୀ ସେବା କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ