ବୀରମହାରାଜପୁର (ସୌମିତ୍ରି ମେହେର) : ବୀରମହାରାଜପୁର ବ୍ଲକ ସୁବଳୟା ଉଚ୍ଚ ବିଦ୍ୟାଳୟର ୧୯୭୯ ମାଟ୍ରିକ ବ୍ଯାଚର ଛାତ୍ରଛାତ୍ରୀ ଙ୍କ ବନ୍ଧୁ ମିଳନ ଉତ୍ସବ ବୈଦ୍ୟନାଥ କର୍ମୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ୧୮ ଜଣ ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ଏକ ବୈଠକରେ ପ୍ରଥମେ ଦିବଂଗତ ଚାରି ଜଣ ବନ୍ଧୁ ଭୋଲାନାଥ ରଥ , ସୂର୍ଯ୍ୟନାରାୟଣ ପୁରୋହିତ , ସନ୍ତୋଷ ପାଣିଗ୍ରାହୀ ଓ ଶମ୍ଭୁ ନାଏକଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତା ପରେ ବନ୍ଧୁମାନେ ପଢା ସମୟର ଅନୁଭୂତି ସ୍ମୃତି ଚାରଣ କରିଥିଲେ । ଆଗାମୀ ଦିନରେ ବନ୍ଧୁ ମିଳନ ଉତ୍ସବର ଆୟୋଜନ ପାଇଁ ଏକ ପାଞ୍ଚ ଜଣିଆ କମିଟି ଗଠନ କରାଗଲା। ସେଥିରେ ବୈଦ୍ୟନାଥ କର୍ମୀ ସଭାପତି , ଘନଶ୍ୟାମ ତ୍ରିପାଠୀ ସଂପାଦକ , ଟୁନୁରାମ ଅଗ୍ରୱାଲ , ରାମଚନ୍ଦ୍ର କର୍ଣ୍ଣ ଓ ଚିତ୍ତରଞ୍ଜନ ପ୍ରଧାନ ସଭ୍ୟ ରୂପେ ସର୍ବ ସମ୍ମତି କ୍ରମେ ମନୋନୀତ ହେଲେ। ସମସ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।
ସୁବଳୟା ହାଇସ୍କୁଲ ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ଯକ୍ରମ
