ନବୀନ ଓ ବିଜୁଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି, ଏ ସରକାର ତ ମିଛୁଆ ହୋଇଗଲାଣି: ଖଡ଼ଗେ


ଭୁବନେଶ୍ଵର: ଭୁବନେଶ୍ଵରରେ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶକୁ ଉଦବୋଧନ ଦେଇ  ରାଜ୍ୟରେ ଶାସକ ବିଜେଡି ଓ କେନ୍ଦ୍ରରେ କ୍ଷମତାସୀନ ବିଜେପି ଉପରେ ବର୍ଷିଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ସମାବେଶରେ ଖଡ଼ଗେ କହିଛନ୍ତି, ପଣ୍ଡିତ ନେହରୁଙ୍କ ଦୃଷ୍ଟିରେ ଓଡ଼ିଶା ବିଶେଷ ସ୍ଥାନ ନେଇଥିଲା। ଓଡ଼ିଶାରେ କଂଗ୍ରେସର ବହୁତ ବଡ଼ ଅଧିବେଶନ ହୋଇଥିଲା। କଂଗ୍ରେସ ପାଇଁ ଓଡ଼ିଶା ସର୍ବଦା ମହତ୍ଵପୂର୍ଣ୍ଣ ସ୍ଥାନ ନେଇଛି।

ଖଡ଼ଗେ କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ସହ ନେହରୁଙ୍କ ଘନିଷ୍ଠ ସଂପର୍କ ଥିଲା। ଏବର ପଟ୍ଟନାୟକଙ୍କର କିନ୍ତୁ ବିଜେପି ସହ ଘନିଷ୍ଠ ସଂପର୍କ ରହିଛି। ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ବିଜେପି-ବିଜେଡି ମଧ୍ୟରେ ଆମେ ବାହାଘର କରି ସାରିଛୁ। ଉଭୟଙ୍କ ମଧ୍ୟରେ ଲଭ୍ ମ୍ୟାରେଜ୍  ହୋଇ ଯାଇଛି। କେବେ ଡବଲ ଇଞ୍ଜିନ କାମ ନ କଲେ ପ୍ରଥମ ଇଞ୍ଜିନ ଅଚଳ ହୁଏ। ଦୁଇ ଦଳ ସଲାସୁତୁରା କରି ରାଜ୍ୟରେ ସରକାର ଚଳାଉଛନ୍ତି। ମୋଦୀ-ନବୀନ ଧନୀଙ୍କ ସହ ରହିଛନ୍ତି। ଖଡଗେ କହିଛନ୍ତି ନବୀନ କହିଥିଲେ, ୩୫ ପ୍ରତିଶତ ଜଳସେଚନ କରିବେ। ଆପଣ ଭାବନ୍ତୁ କେତେ ଜମି ଜଳସେଚନ ହୋଇଛି। ଆଉ କିଏ ମିଛ କହୁଛି।

ସେ କହିଛନ୍ତି, ପାରାଦୀପ ବନ୍ଦର, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କଂଗ୍ରେସ ଅମଳରେ ହୋଇଛି। ପଟ୍ଟନାୟକ ଓ ମୋଦୀ ଓଡ଼ିଶାକୁ କଣ ଦେଇଛନ୍ତି ବୋଲି ଏଆଇସିସି ଅଧ୍ୟକ୍ଷ କହିଛନ୍ତି। ଓଡ଼ିଶାରେ ଯାହା ବି ହୋଇଛି, ସବୁ କଂଗ୍ରେସ ସମୟରେ ହୋଇଛି।  ବିଜେପିକୁ ଟାର୍ଗେଟ୍ କରି ଖଡ଼ଗେ କହିଛନ୍ତି ମୋଦୀ ଲୋକତନ୍ତ୍ର, ସମ୍ବିଧାନକୁ ବରବାଦ କରୁଛନ୍ତି। ଗରିବଙ୍କ ସହ ସବୁବେଳେ  କଂଗ୍ରେସ ରହି ଆସିଛି। ରାହୁଲ ଗାନ୍ଧୀ ଦେଶକୁ ଏକତା ସୂତ୍ରରୁ ବାନ୍ଧୁଛନ୍ତି। କିନ୍ତୁ ବିଜେପି ଦେଶର ଏକତା ଭାଙ୍ଗୁଛି।

ଏହା ପୂର୍ବରୁ ଭୁବନେଶ୍ଵର ବିମାନ ବନ୍ଦରର ପହଞ୍ଚିବା ପରେ ଖଡ଼ଗେକୁ ଦଳର ବରିଷ୍ଠ ନେତା ଓ କର୍ମୀ ଭାବେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ବିରାଟ ଶୋଭା ଯାତ୍ରାରେ ଖଡ଼ଗେ କଂଗ୍ରେସ ଭବନରେ ପହଞ୍ଚିଥିଲେ। ସମାବେଶ ପରେ ସେ ଦଳର ନେତାଙ୍କ ସହ ଆଲୋଚନା କରି ନିର୍ବାଚନ ଉପରେ ରଣନୀତି ପ୍ରସ୍ତୁତି କରିଛନ୍ତି।

ଆନ୍ଧ୍ର ପ୍ରଦେଶ ପଥର କୁଆଁରୀ ବିସ୍ପୋରଣରେ ପ୍ରାଣ ହରାଇଥିବା ଗଜପତି ଜିଲ୍ଲାର ୨ ପରିବାରକୁ ଭେଟିଲେ ବିଜେଡ଼ି ନେତାପାରଳାଖେମୁଣ୍ଡି:୬/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ୨ ଜଣ ଶ୍ରମିକ ଆନ୍ଧ୍ରର ଏକ ପଥର କୁଆଁରୀ ବିସ୍ପୋରଣରେ ମୃତ୍ୟୁବରଣ କରିଥିଲେ. ମୃତ୍ୟୁବରଣ ପରିବାରକୁ ସମବେଦନା ଜଣାଇବା ସହ ଆବଶ୍ୟକ ସରକାରୀ ସାହାର୍ଯ୍ୟ ଦାବି ନେଇ ଗଜପତି ଜିଲ୍ଲାର ବିଜେଡି ନେତାମାନେ ମୃତ ପରିବାରକୁ ଭେଟି ସରକାରଙ୍କୁ ଦାବି ଜଣାଇଛନ୍ତି. ଘଟଣାରୁ ପ୍ରକାଶ, ଗତ ୩ତାରିଖ ଦିନ ଆନ୍ଧ୍ରପ୍ରଦେଶର ଏକ ପଥର କୁଆଁରୀ ବିସ୍ପୋରଣ ସମୟରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା. ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ ଜଣ ଓ ଗଜପତି ଜିଲ୍ଲାର ୨ଜଣ ରହିଛନ୍ତି. ଉକ୍ତ ଖବର ପାଇ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ ପ୍ରମୁଖ ଗଜପତି ଜିଲ୍ଲା ମୋହନା ବ୍ଳକର ଦୁଇ ମୃତକ ଭାସ୍କର ବିଷୋୟୀ ଓ ଟୁକୁନା ଦଳାଇଙ୍କ ମୃତ ପରିବାରଙ୍କ ଘରେ ପହଞ୍ଚି ସେମାନଙ୍କୁ ସାନ୍ତ୍ୱନା ଦେବା ସହ 2 ମୃତକଙ୍କ ଆତ୍ମାର ସଦଗତି କାମନା କରିଥିଲେ. ଏଥିସହ ଦୁଇ ପରିବାରକୁ ଆର୍ଥିକ ସହାୟତା ସହ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ସରକାର ପ୍ରଦାନ କରନ୍ତୁ ବୋଲି ବିଜେଡିର ଏହି ନେତାମାନେ ଦାବି କରିଛନ୍ତି.ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଦୁଇ ମୃତ ପରିବାରର ପିଲାମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ.