Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ୍ ଅନୁଷ୍ଠାନ ରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଏବଂ କର୍ମଚାରୀ ରାଜ୍ୟ ବୀମା ନିଗମ ଉପରେ ସଚେତନତା ଶିବିର ।

ଗୋପାଳପୁର,୨୯/୧
ପାଲୁର ହିଲ ସ୍ତିତ ନିଷ୍ଟ୍ ଅନୁଷ୍ଠାନ ପରିସରରେ ନିଷ୍ଟ୍ ଅନୁଷ୍ଠାନ ରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଏବଂ କର୍ମଚାରୀ ରାଜ୍ୟ ବୀମା ନିଗମ ତରଫ ରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ଶିବିରରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ତରଫରୁ ଅନିଲ ରଥ, ମାଲେଶ୍ଵର ରାଓ ଏବଂ କର୍ମଚାରୀ ରାଜ୍ୟ ବୀମା ନିଗମ ତରଫରୁ ବିଶ୍ୱନାଥ ପ୍ରସାଦ ମେହେର, ଶ୍ରୀକାନ୍ତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ I ଏହି କର୍ମଶାଳାକୁ ନିଷ୍ଟ ଅନୁଷ୍ଠାନ ର ଉପIଧ୍ୟକ୍ଷ ଡ଼ ବିଷ୍ଣୁଙ୍କର ନାୟକ ଉଦଘାଟନ କରିଥିଲେ। ଏହି ଅବସରରେ କର୍ମଚାରୀ ଭବିଷ୍ୟନିଧି ସଂଗଠନର ଅନିଲ ରଥ ନିଜ ବ୍ୟକ୍ତବ୍ୟ ରେ କହିଥିଲେ ଯେ କର୍ମଚାରୀ ଭବିଷ୍ୟନିଧି ସଂଗଠନ କର୍ମଚାରୀ ମାନଙ୍କ ଦୈନନ୍ଦିନ ଜୀବନରେ କିପରି ସାହାଯ୍ୟ କରୁଛି । କର୍ମଚାରୀ ରାଜ୍ୟ ବୀମା ନିଗମ ତରଫରୁ ଶ୍ରୀକାନ୍ତ ତ୍ରିପାଠୀ କର୍ମଚାରୀ ରାଜ୍ୟ ବିମା ନିଗମ ର କାର୍ଯ୍ୟଧାରା ନେଇ ସଚେତନତା କରିଥିଲେ I ଏହି ଶିବିର ରେ ନିଷ୍ଟ ଅନୁଷ୍ଠାନ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I ଏହି କର୍ମଶାଳାକୁ ଅଶୋକ ସାମନ୍ତରାୟ, ବିବେକାନନ୍ଦ ବିଶ୍ୱାଳ, ରବୀନ୍ଦ୍ର ବେହେରା, ସୁଶୀଲ ମାଝୀ, ସୌମ୍ୟା ସୁଚରିତା ମୁଦୁଲି, ରଶ୍ମିତା ମିଶ୍ର ପ୍ରମୁଖ ସଂଯୋଜନା କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories