Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓ କିସ୍ ଡିମଡ ବିଶ୍ଵବିଦ୍ୟାଳୟ ମଧ୍ୟରେ ଚୁକ୍ତିପତ୍ର ସ୍ଵାକ୍ଷରିତ

ଗୋପାଳପୁର ୨୯/୧
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ କକ୍ଷରେ ଅପରାହ୍ନରେ ଭୁବନେଶ୍ବର ସ୍ଥିତ କିସ୍ ଡିମଡ ବିଶ୍ଵବିଦ୍ୟାଳୟ ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ଵାକ୍ଷର ହୋଇଛି l ଚୁକ୍ତିପତ୍ର ଅନୁଯାୟୀ ଉଭୟ ବିଶ୍ଵବିଦ୍ୟାଳୟ ମଧ୍ୟରେ ବିଜ୍ଞାନ ,କଳା ଓ ସାମାଜିକ ବିଜ୍ଞାନ ବିଭାଗ ମଧ୍ୟରେ ଶିକ୍ଷାଦାନ ସହ କର୍ମଚାରୀ, ଗବେଷକ, ଗବେଷିକା, ଅଭିଜ୍ଞତା, ଟ୍ରେନିଂ, ସେମିନାର, ସମ୍ମିଳନୀ, ମିଳିତ ଭାବେ ଆୟୋଜନ ସହ ଆଦାନ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ଏଥି ସହ ବିଭିନ୍ନ ପ୍ରକଳ୍ପ, ପେଟେଣ୍ଟ ଏବଂ ପବ୍ଲିକେସନ ମଧ୍ୟ ମିଳିତ ଭାବେ କରିବା , ଉଭୟଙ୍କ ମଧ୍ୟରେ ପରୀକ୍ଷାଗାର, ଲାଇବ୍ରେରୀ ସହ ଅନାନ୍ୟ ସୁବିଧାର ବ୍ୟବହାର କରିପାରିବେ ବୋଲି ଉଲ୍ଲେଖ ରହିଛି l ଚୁକ୍ତିପତ୍ର ସ୍ଵାକ୍ଷର ବେଳେ କିସ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ଦୀପକ କୁମାର ବେହେରା, କୁଳସଚିବ ଡ଼ଃ ପ୍ରଶାନ୍ତ କୁମାର ରାଉତରାୟ , ଆଇ କ୍ୟୁ ଏ ସି ର ନିର୍ଦେଶକ ପ୍ରଫେସର୍ ଯୁଗଳ କିଶୋର ମିଶ୍ର ରହିଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ , କୁଳସଚିବ ସଚ୍ଚିଦାନନ୍ଦ ନାୟକ, ଉପ କୁଳସଚିବ ଡ଼ଃ ବାବୁଜୀ ସାମଲ ,ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଧଙ୍ଗଡାମାଝି , ଆଇ କ୍ୟୁ ଏ ସି ର ନିର୍ଦେଶକ ପ୍ରଫେସର୍ ସୁଧାକର ପାତ୍ର ,ଆଇ କ୍ୟୁ ଏ ସି ର ଯୁଗ୍ମ ନିର୍ଦ୍ଧେଶକ ଡ଼. ଲକ୍ଷ୍ମୀଧର ରାଉତ, ସି ଡି ସି ନିର୍ଦ୍ଦେଶକ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ, ଏଚ୍ ଆର୍ ଡି ସି ନିର୍ଦ୍ଦେଶକ ପ୍ରଫେସର୍ ଯୋଗେଶ୍ୱର ପାଣିଗ୍ରାହୀ,ପ୍ରଫେସର୍ ସୃତି ଦାସ ପ୍ରମୁଖ ଉପସ୍ଥିତ ରହି ସ୍ଵାକ୍ଷରପତ୍ରକୁ ଆଦାନ ପ୍ରଦାନ କରିଥିଲେ l ଏହି ଚୁକ୍ତିନାମା ୬ ବର୍ଷ ପାଇଁ କରାଯାଇଥିବା ବେଳେ ବିଶ୍ଵବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଉନ୍ନତ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି କୁଳପତି ସୂଚନା ଦେଇଛନ୍ତି।