କେନ୍ଦୁପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ଅତିଥିମାନେ ବକ୍ତବ୍ୟ ରଖିଲେ , ଅଧ୍ୟବସାୟ ବଳରେ ସଫଳତା ମିଳେ


ବୀରମହାରାଜପୁର : (ସୌମିତ୍ରି ମେହେର )
ସମସ୍ତେ ସଫଳତା ପାଇଁ ପ୍ରୟାସ କରିବା ଆବଶ୍ୟକ। ସଫଳତା ପାଇଁ କୌଣସି ସହଜ ବାଟ ନାହିଁ। ତେଣୁ କଠିନ ଅଧ୍ୟବସାୟ ବଳରେ ସଫଳତା ହାସଲ କରିବା ଆବଶ୍ୟକୀୟ। ଯଦି ଏବେ ପରିଶ୍ରମ ନ କରିବ ତେବେ ଭବିଷ୍ୟତ ରେ ଜୀବନ କଷ୍ଟମୟ ହେବ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ କେନ୍ଦୁପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ହୋଇଥିବା ବାର୍ଷିକ ଉତ୍ସବ ସର୍ଗମ୍ ରେ ମଞ୍ଚାସିନ ଅତିଥିମାନେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦିରା ମିଶ୍ର ଙ୍କ ପୌରୋହିତ୍ୟ କ୍ରମେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ବୀରମହାରାଜପୁର ତହସିଲଦାର ଅମୃତଲାଲ ବେହେରା ମୁଖ୍ୟ ଅତିଥି , ବୀରମହାରାଜପୁର କଲେଜ ର ଇଂରାଜୀ ବିଭାଗର ଅଧ୍ୟାପକ ବିଜୟ କୁମାର ପୁରୋହିତ ମୁଖ୍ୟ ବକ୍ତା ଏବଂ ବିଶିଷ୍ଟ କବି ତ୍ରିଲୋଚନ ମେହେର(ମାନା) , ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ଧର୍ମେନ୍ଦ୍ର ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଶଲା ବୁଢା ବଦଲା ସିନେମାର ଅଭିନେତା ଜିତେନ୍ଦ୍ରିୟ ହୋତା ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମନୋରଞ୍ଜନ କରିଥିଲେ । ଶିକ୍ଷକ ସିତାଂଶୁ ଶେଖର ଖମାରୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଆର୍ତ୍ତତ୍ରାଣ ବିଶି ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ନନ୍ଦିନୀ ମେହେର ଙ୍କୁ ଉତ୍କର୍ଷ ଛାତ୍ରୀ, ସୋନୁ ମେହେର ଙ୍କୁ ଶୃଙ୍ଖଳିତ ଛାତ୍ର , ଶିଖା ମେହେର ଙ୍କୁ ଶ୍ରେଷ୍ଠ ଛାତ୍ରୀ , ଶ୍ରୀୟା ରାଣୀ ମେହେର ଙ୍କୁ ଶ୍ରେଷ୍ଠ ଉପସ୍ଥାନ ଭାବେ ପୁରସ୍କୃତ କରାଯାଇଥିଲା । ସଭାପରେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ରଚିତ ପଲସା ଫୁଲ , ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ ହୋଇଥିଲା । ଶିକ୍ଷକ ଅମରେଶ ତ୍ରିପାଠୀ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଦିବ୍ୟ ରଞ୍ଜନ ସାହୁ , ବିଷ୍ନୁ ପ୍ରସାଦ ମିଶ୍ର , ଚମ୍ପେଶ୍ୱର ମିଶ୍ର , ଦେବାଶିଷ ମିଶ୍ର, ମଧୁସୂଦନ ସାହୁ , ରଶ୍ମିତା ମେହେର , ଶିବାନୀ ସାହା , ଜିତେଶ୍ୱରି ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।