ରୋଚକ ମୋଡରେ ଝାଡଖଣ୍ଡ ରାଜନୀତିି କୁଆଡେ ଗଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିଧାୟକଙ୍କୁ ରାଂଚି ନ ଛାଡିବାକୁ ନିର୍ଦ୍ଦେଶ


ରାଂଚି: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମୁସ୍କିଲ ବଢିବାରେ ଲାଗିଛି । ଗତକାଲି ଇଡିର ଟିମ୍ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଡେରା ପକାଇଥିଲେ ହେଁ ସୋରେନଙ୍କ କୌଣସି ସୂଚନା ମିଳି ପାରି ନ ଥିଲା । ମୁଖ୍ୟମନ୍ତ୍ରୀ ନିଖୋଜ ଥିବା ବିଜେପିର ଦାବି ପରେ ଝାଡଖଣ୍ଡର ରାଜନୀତି ସରଗରମ ହୋଇ ଉଠିଛି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ୱାଧୀନ ସରକାରଙ୍କ ସମସ୍ତ ବିଧାୟକଙ୍କୁ ରାଂଚିରେ ରହିବା ପାଇଁ ଆଦେଶ ଦିଆଯାଇଛି । ଜେଏମଏମ, କଂଗ୍ରେସ ଓ ଆରଜେଡିର ସମସ୍ତ ବିଧାୟକଙ୍କୁ ରାଜଧାନୀ ରାଂଚି ନ ଛାଡିବାକୁ କୁହାଯାଇଛି । ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବାକୁ କୁହାଯାଇଛି ।

ଏହି ବୈଠକ ଏମିତି ସମୟରେ ଡକାଯାଇଛି, ଯେତେବେଳେ ଦିଲ୍ଳୀରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ତିନୋଟି ଠିକଣାରେ ଇଡି ଟିମ୍ ପହଁଚିଥିଲା । ହେଲେ କୌଣସି ସ୍ଥାନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମିଳି ନ ଥିଲେ । ଏହା ପରେ ବିଜେପି ଦାବି କରିଥିଲା ଯେ, ମୁଖ୍ୟମନ୍ତ୍ରୀ ପଳାତକ ହୋଇଗଲେ । ତେବେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକଙ୍କ ବୈଠକ ଡକାଯାଇଛି । ରାଜ୍ୟର ସାଂପ୍ରତିକ ସ୍ଥିତି ଓ ମୁଖ୍ୟମନ୍ତ୍ରୀଙ୍କୁ ଇଡିର ପ୍ରସ୍ତାବିତ ଆଲୋଚନା ବିଷୟରେ ଆଲୋଚନା ପାଇଁ ବିଧାୟକମାନଙ୍କୁ ଡକାଯାଇଛି ।

ଜେଏମଏମର ସାଧାରଣ ସଂପାଦକ ତଥା ମୁଖପାତ୍ର ବିନୋଦ କୁମାର ସିଂ କହିଛନ୍ତି, ସମସ୍ତ ବିଧାୟକଙ୍କୁ ରାଂଚିରେ ରହିବାକୁ କୁହାଯାଇଛି । ମଙ୍ଗଳବାର ଆଗାମୀ ଯୋଜନା ବିଷୟରେ ଆଲୋଚନା କରାଯିବ । କ୍ଷମତାସୀନ ଦଳର ଅନେକ ନେତା ଓ ବିଧାୟକ ସୋମବାର ବିଳମ୍ବିତ ରାତି ଯାଏ ମୁଖ୍ୟମନ୍ତ୍ରୀ ବାସଭବନରେ ଉପସ୍ଥିତ ଥିଲେ ।

ଜେଏମଏମକୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀର ଭୟ ମଧ୍ୟ ଘାରିବାରେ ଲାଗିଛି । କୁହାଯାଉଛି ପାର୍ଟି ଏଥିପାଇଁ ଯୋଜନା ପ୍ରସ୍ତୁତ କରିଛି । ଗତ ଦିନରେ ଚର୍ଚ୍ଚା ଜୋର ଧରିଥିଲା ଯେ, ଯଦି ହେମନ୍ତ ସୋରେନଙ୍କୁ ଗିରଫ କରାଯାଏ ତେବେ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇ ପାରନ୍ତି ।

ଆନ୍ଧ୍ର ପ୍ରଦେଶ ପଥର କୁଆଁରୀ ବିସ୍ପୋରଣରେ ପ୍ରାଣ ହରାଇଥିବା ଗଜପତି ଜିଲ୍ଲାର ୨ ପରିବାରକୁ ଭେଟିଲେ ବିଜେଡ଼ି ନେତାପାରଳାଖେମୁଣ୍ଡି:୬/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ୨ ଜଣ ଶ୍ରମିକ ଆନ୍ଧ୍ରର ଏକ ପଥର କୁଆଁରୀ ବିସ୍ପୋରଣରେ ମୃତ୍ୟୁବରଣ କରିଥିଲେ. ମୃତ୍ୟୁବରଣ ପରିବାରକୁ ସମବେଦନା ଜଣାଇବା ସହ ଆବଶ୍ୟକ ସରକାରୀ ସାହାର୍ଯ୍ୟ ଦାବି ନେଇ ଗଜପତି ଜିଲ୍ଲାର ବିଜେଡି ନେତାମାନେ ମୃତ ପରିବାରକୁ ଭେଟି ସରକାରଙ୍କୁ ଦାବି ଜଣାଇଛନ୍ତି. ଘଟଣାରୁ ପ୍ରକାଶ, ଗତ ୩ତାରିଖ ଦିନ ଆନ୍ଧ୍ରପ୍ରଦେଶର ଏକ ପଥର କୁଆଁରୀ ବିସ୍ପୋରଣ ସମୟରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା. ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ ଜଣ ଓ ଗଜପତି ଜିଲ୍ଲାର ୨ଜଣ ରହିଛନ୍ତି. ଉକ୍ତ ଖବର ପାଇ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ ପ୍ରମୁଖ ଗଜପତି ଜିଲ୍ଲା ମୋହନା ବ୍ଳକର ଦୁଇ ମୃତକ ଭାସ୍କର ବିଷୋୟୀ ଓ ଟୁକୁନା ଦଳାଇଙ୍କ ମୃତ ପରିବାରଙ୍କ ଘରେ ପହଞ୍ଚି ସେମାନଙ୍କୁ ସାନ୍ତ୍ୱନା ଦେବା ସହ 2 ମୃତକଙ୍କ ଆତ୍ମାର ସଦଗତି କାମନା କରିଥିଲେ. ଏଥିସହ ଦୁଇ ପରିବାରକୁ ଆର୍ଥିକ ସହାୟତା ସହ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ସରକାର ପ୍ରଦାନ କରନ୍ତୁ ବୋଲି ବିଜେଡିର ଏହି ନେତାମାନେ ଦାବି କରିଛନ୍ତି.ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଦୁଇ ମୃତ ପରିବାରର ପିଲାମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ.