ଭୁତିଆ ପାଲି କଲେଜ ରେ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ର ଭୂତିଆପାଲି ସ୍ଥିତ ହାୟର ସେକେଣ୍ଡାରୀ ସ୍କୁଲ ରେ ହେଉଥିବା ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଅନୁଷ୍ଠାନ ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ I ସଭାରେ ସ୍ଥାନୀୟ ସରପଞ୍ଚ ମନୋଜ କୁମାର ସାହୁ ମୁଖ୍ୟ ଅତିଥି ଏବଂ ବୀରମହାରାଜପୁର କଲେଜ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ପ୍ରଫୁଲ୍ଲ କୁମାର ରଥ ସମ୍ମନିତ ଅତିଥି ଏବଂ ସୋନପୁର କଲେଜର ଓଡ଼ିଆ ବିଭାଗର ମୁଖ୍ୟ ସୌରଭ ରଞ୍ଜନ ଖମାରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଶେଫାଳୀ ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜକ ଶରତ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ର ସମସ୍ତ ଛାତ୍ର ଛାତ୍ରୀ , ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ।