ଦିଲ୍ଲୀରେ ସୋରେନଙ୍କ ବାସଭବନରୁ ୩୬ ଲକ୍ଷ ନଗଦ ସହ ଲଗଜରୀ କାର ଜବତ; ଇଡିର ବଡ ଦାବି


ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନ ସମେତ ତିନୋଟି ସ୍ଥାନରେ ଚଢାଉ କରାଯାଇଛି । ଜମି ଦୁର୍ନୀତି ମାମଲାରେ ଅଡୁଆରେ ପଡିଥିବା ସୋରେନଙ୍କ ବାସଭବନରେ ଚଢାଉ ପରେ ଯାଂଚ ଏଜେନ୍ସି ନଗଦ, କାର ଓ କାଗଜପତ୍ର ମିଳିଥିବା ଦାବି କରିଛନ୍ତି । କିନ୍ତୁ ଯାଂଚ ଏଜେନ୍ସି ମୁଖ୍ୟମନ୍ତ୍ରୀଙ୍କୁ ଏ ପର୍ଯ୍ୟନ୍ତ ଭେଟି ପାରି ନାହାନ୍ତି । ଇଡି ସୂତ୍ର ଅନୁଯାୟୀ, ସିଏମଙ୍କ ବାସଭବନରୁ ବିଏମଡବ୍ଲ୍ୟୁ କାର ବ୍ୟତୀତ ୩୬ ଲକ୍ଷ ନଗଦ ଜବତ କରାଯାଇଛି ।

ଗତକାଲି ଇଡିର ଟିମ୍ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଡେରା ପକାଇଥିଲେ ହେଁ ସୋରେନଙ୍କ କୌଣସି ସୂଚନା ମିଳି ପାରି ନ ଥିଲା । ତେବେ ଆଜି ଇଡି ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀର ଶାନ୍ତି ନିକେତନ ସ୍ଥିତ ସୋରେନଙ୍କ ବାସଭବନରେ ଚଢାଉ ସମୟରେ ୩୬ ଲକ୍ଷ ନଗଦ ମିଳିଛି । ଏହା ସହିତ ହରିୟାଣାର ନମ୍ବର ପ୍ଲେଟ୍ ଥିବା ବିଏମଡବ୍ଲ୍ୟୁ କାର ମିଳିଛି । ଚଢାଉରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଯାଂଚ ଏଜେନ୍ସି ପକ୍ଷରୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ନିଖୋଜ ଥିବା ବିଜେପିର ଦାବି ପରେ ଝାଡଖଣ୍ଡର ରାଜନୀତି ସରଗରମ ହୋଇ ଉଠିଛି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ୱାଧୀନ ସରକାରଙ୍କ ସମସ୍ତ ବିଧାୟକଙ୍କୁ ରାଂଚିରେ ରହିବା ପାଇଁ ଆଦେଶ ଦିଆଯାଇଛି । ଜେଏମଏମ, କଂଗ୍ରେସ ଓ ଆରଜେଡିର ସମସ୍ତ ବିଧାୟକଙ୍କୁ ରାଜଧାନୀ ରାଂଚି ନ ଛାଡିବାକୁ କୁହାଯାଇଛି । ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବାକୁ କୁହାଯାଇଛି ।

ଆନ୍ଧ୍ର ପ୍ରଦେଶ ପଥର କୁଆଁରୀ ବିସ୍ପୋରଣରେ ପ୍ରାଣ ହରାଇଥିବା ଗଜପତି ଜିଲ୍ଲାର ୨ ପରିବାରକୁ ଭେଟିଲେ ବିଜେଡ଼ି ନେତାପାରଳାଖେମୁଣ୍ଡି:୬/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ୨ ଜଣ ଶ୍ରମିକ ଆନ୍ଧ୍ରର ଏକ ପଥର କୁଆଁରୀ ବିସ୍ପୋରଣରେ ମୃତ୍ୟୁବରଣ କରିଥିଲେ. ମୃତ୍ୟୁବରଣ ପରିବାରକୁ ସମବେଦନା ଜଣାଇବା ସହ ଆବଶ୍ୟକ ସରକାରୀ ସାହାର୍ଯ୍ୟ ଦାବି ନେଇ ଗଜପତି ଜିଲ୍ଲାର ବିଜେଡି ନେତାମାନେ ମୃତ ପରିବାରକୁ ଭେଟି ସରକାରଙ୍କୁ ଦାବି ଜଣାଇଛନ୍ତି. ଘଟଣାରୁ ପ୍ରକାଶ, ଗତ ୩ତାରିଖ ଦିନ ଆନ୍ଧ୍ରପ୍ରଦେଶର ଏକ ପଥର କୁଆଁରୀ ବିସ୍ପୋରଣ ସମୟରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା. ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ ଜଣ ଓ ଗଜପତି ଜିଲ୍ଲାର ୨ଜଣ ରହିଛନ୍ତି. ଉକ୍ତ ଖବର ପାଇ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ ପ୍ରମୁଖ ଗଜପତି ଜିଲ୍ଲା ମୋହନା ବ୍ଳକର ଦୁଇ ମୃତକ ଭାସ୍କର ବିଷୋୟୀ ଓ ଟୁକୁନା ଦଳାଇଙ୍କ ମୃତ ପରିବାରଙ୍କ ଘରେ ପହଞ୍ଚି ସେମାନଙ୍କୁ ସାନ୍ତ୍ୱନା ଦେବା ସହ 2 ମୃତକଙ୍କ ଆତ୍ମାର ସଦଗତି କାମନା କରିଥିଲେ. ଏଥିସହ ଦୁଇ ପରିବାରକୁ ଆର୍ଥିକ ସହାୟତା ସହ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ସରକାର ପ୍ରଦାନ କରନ୍ତୁ ବୋଲି ବିଜେଡିର ଏହି ନେତାମାନେ ଦାବି କରିଛନ୍ତି.ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଦୁଇ ମୃତ ପରିବାରର ପିଲାମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ.