ନବ ଦାସଙ୍କ ହତ୍ୟାକାଣ୍ଡକୁ ପୁରିଲା ବର୍ଷେ, ଏବେ ବି ରହିଛି ଅସମାହିତ ପ୍ରଶ୍ନ, ନିରବ ପରିବାର ଲୋକ


ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଏକ ବର୍ଷ ପୂରିଛି । ବ୍ରଜରାଜ ନଗର ଗାନ୍ଧୀ ଛକରେ ଘଟିଥିବା ଏହି ଗୁଳିକାଣ୍ଡକୁ ୧୨ ମାସ ବିତି ଯାଇଛି । ହେଲେ ଏବେ ମଧ୍ୟ ଅନେକ ଅସମାହିତ ପ୍ରଶ୍ନ ରହିଛି, ଯାହାର ଉତର କାହା ପାଖରେ ନାହିଁ । କାହିଁକି ନବଙ୍କୁ ଗୁଳି କରାଗଲା ? ଏହି ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କଣ ? ଜବତ ଗୁଳି କୁଆଡେ ଗଲା ? ତଦନ୍ତ ପ୍ରକ୍ରିରୟା କେତେ ଦୂର ଗଲା ? କଣ ଗୋପାଳ ଏକ ମାତ୍ର ଦୋଷୀ ? ଏମିତି ଅନେକ ପ୍ରଶ୍ନ ଜନସାଧାରଣ ଲୋକଙ୍କ ମନରେ ଏବେ ବି ଉଙ୍କି ମାରୁଛି । ତେବେ ସବୁଠୁ ବଡ କଥା ନବ ଦାସଙ୍କ ପରିବାର ଏହି ମାମଲାରେ ପୁରା ନିବର ରହିଛନ୍ତି । ନବଙ୍କ ଝିଅ ତଥା ଝାରସୁଗୁଡାର ବିଧାୟିକା ଦୀପାଳି ଦାସ ମଧ୍ୟ ଚୁପ୍ ।

ସରକାର କହି ଆସିଛନ୍ତି ଆଇନ ତା ବାଟରେ କାମ କରିବ । କିନ୍ତୁ ୧୨ ମାସ ବିତିଗଲା ନବଙ୍କୁ କାହିଁକି ଗୁଳି କରାଗଲା ତାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରାଗଲା ନାହିଁ । କେବଳ ଗୋପାଳ ଦାସଙ୍କୁ ହାଜତରେ ଭର୍ତି କରାଯାଇ ସେ ହିଁ ଏକମାତ୍ର ଦୋଷୀ ସଜାଇ ଦିଆଗଲା । ଗୋପାଳ ନବଙ୍କୁ କାହିଁକି ଗୁଳି କଲା, ଏହା ପଛର କାରଣ କଣ ତାହା ବି ସ୍ପଷ୍ଟ କରାଯାଉ ନାହିଁ । ଘଟଣାରେ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇ ସାରିଛି । ସେଥିରେ ୨୦୧୦ରୁ ନେଇ ୨୦୨୨ ଯାଏ ଗୋପାଳଙ୍କ ସଂପର୍କିତ ଘଟଣାବଳୀ ଦର୍ଶାଯାଇଛି । କୁଆଡେ ଗୋପାଳ ନବ ଦାସଙ୍କ ଗାଡି ଅଟକାଇବା ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏସବୁ କେତେ ଦୂର ପ୍ରମାଣିତ ହେବ ତାହା ମଧ୍ୟ ଏକ ବଡ ପ୍ରଶ୍ନ । ସବୁଠୁ ବଡ କଥା ନବଙ୍କ ପରିବାର ମଧ୍ୟ ଏହି ପୁରା ଘଟଣାରେ ନିରବ । ବିଧାୟିକା ଦୀପାଳି ଦାସ ମଧ୍ୟ ପୁରା ଚୁପ୍ । ସେ କେବଳ କହୁଛନ୍ତି ଆଇନ ତା ବାଟରେ ଯିବ ।

ସୂଚନାଯୋଗ୍ୟ, ଗତ ବର୍ଷ ଜାନୁଆରୀ ୩୦ ତାରିଖରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ବ୍ରଜରାଜ ନଗର ଗାନ୍ଧୀ ଛକରେ ଗାଡିରୁ ଓହ୍ଲାଇବା ସମୟରେ ନବଦାସଙ୍କ ଉପରେ ଗୁଳିମାଡ ହୋଇଥିଲା । ଆଉ ଦିବଙ୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ସେଠାରେ ଟଳି ପଡିଥିଲେ । ତାଙ୍କୁ ତୁରନ୍ତ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ଉନ୍ନତ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଜରିଆରେ ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାରେ ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରିଥିଲା । ମାମଲାର କ୍ରାଇମବ୍ରାଂଚ ତଦନ୍ତ କରିଥିଲା । ଆଉ ଏବେ ଚୌଦ୍ୱାର ଜେଲରେ ଗୋପାଳ ବନ୍ଦୀ ଅଛନ୍ତି ।

ଆନ୍ଧ୍ର ପ୍ରଦେଶ ପଥର କୁଆଁରୀ ବିସ୍ପୋରଣରେ ପ୍ରାଣ ହରାଇଥିବା ଗଜପତି ଜିଲ୍ଲାର ୨ ପରିବାରକୁ ଭେଟିଲେ ବିଜେଡ଼ି ନେତାପାରଳାଖେମୁଣ୍ଡି:୬/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ୨ ଜଣ ଶ୍ରମିକ ଆନ୍ଧ୍ରର ଏକ ପଥର କୁଆଁରୀ ବିସ୍ପୋରଣରେ ମୃତ୍ୟୁବରଣ କରିଥିଲେ. ମୃତ୍ୟୁବରଣ ପରିବାରକୁ ସମବେଦନା ଜଣାଇବା ସହ ଆବଶ୍ୟକ ସରକାରୀ ସାହାର୍ଯ୍ୟ ଦାବି ନେଇ ଗଜପତି ଜିଲ୍ଲାର ବିଜେଡି ନେତାମାନେ ମୃତ ପରିବାରକୁ ଭେଟି ସରକାରଙ୍କୁ ଦାବି ଜଣାଇଛନ୍ତି. ଘଟଣାରୁ ପ୍ରକାଶ, ଗତ ୩ତାରିଖ ଦିନ ଆନ୍ଧ୍ରପ୍ରଦେଶର ଏକ ପଥର କୁଆଁରୀ ବିସ୍ପୋରଣ ସମୟରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା. ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ ଜଣ ଓ ଗଜପତି ଜିଲ୍ଲାର ୨ଜଣ ରହିଛନ୍ତି. ଉକ୍ତ ଖବର ପାଇ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ ପ୍ରମୁଖ ଗଜପତି ଜିଲ୍ଲା ମୋହନା ବ୍ଳକର ଦୁଇ ମୃତକ ଭାସ୍କର ବିଷୋୟୀ ଓ ଟୁକୁନା ଦଳାଇଙ୍କ ମୃତ ପରିବାରଙ୍କ ଘରେ ପହଞ୍ଚି ସେମାନଙ୍କୁ ସାନ୍ତ୍ୱନା ଦେବା ସହ 2 ମୃତକଙ୍କ ଆତ୍ମାର ସଦଗତି କାମନା କରିଥିଲେ. ଏଥିସହ ଦୁଇ ପରିବାରକୁ ଆର୍ଥିକ ସହାୟତା ସହ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ସରକାର ପ୍ରଦାନ କରନ୍ତୁ ବୋଲି ବିଜେଡିର ଏହି ନେତାମାନେ ଦାବି କରିଛନ୍ତି.ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଦୁଇ ମୃତ ପରିବାରର ପିଲାମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ.