ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମିନିଷ୍ଟାଡିୟମ ରେ ଦ୍ଵିତୀୟ ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବ ର ସୋମବାର ଥିଲା ଷଷ୍ଠ ସନ୍ଧ୍ୟା । ଏହି ଅବସର ରେ ଧନୁଯାତ୍ରା କମିଟିର ସଭାପତି କିଶୋର କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଏବଂ ଜୋନ -୨ ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ଶିକ୍ଷକ ଅଭିମନ୍ୟୁ ବଗର୍ତ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଅକ୍ଷୟ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପରେ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହୋଇଥିଲା ଧନୁଯାତ୍ରା ଲୀଳା ନାଟକ। ନାଟ୍ୟାଭିକ୍ରମରେ ଶିବ ଙ୍କ ଠାରୁ ଋଦ୍ରାଶୁଳ ପ୍ରାପ୍ତ , ଦେବର୍ଷି ନାରଦ ଙ୍କ ପରାମର୍ଶ କ୍ରମେ ମଥୁରା ନଗରୀ ରେ ଧନୁଯାତ୍ରା ମହୋତ୍ସବ ର ଆୟୋଜନ, ପୁରାତନ ମନ୍ତ୍ରୀ ଅକ୍ରୁର କଂସ ଙ୍କ ନିର୍ଦ୍ଦେଶ କ୍ରମେ କୃଷ୍ଣ ବଳରାମ ଙ୍କୁ ଘେନି ଆଣିବା ପାଇଁ ଗୋପପୁର ଆଗମନ ଏବଂ କଂସ ର କୃଷ୍ଣ ଙ୍କୁ ସ୍ବପ୍ନ ଦୃଶ୍ୟ ଆଦି ପରିବେଷଣ ହୋଇଥିଲା । ଏହା ସହିତ ମଞ୍ଚରେ ନୃତ୍ୟଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏଥିରେ କଂସ ଭାବେ ଝସକେତନ ପ୍ରଧାନ ଙ୍କ ଅଭିନୟ ଦର୍ଶକଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଏହା ସହିତ ମିନାବଜାର , ଘରକରଣା ସାମଗ୍ରୀ , ଚଟପଟି ଖାଦ୍ୟର ପସରା ଲଗିଛି । ଏହା ଦେଖିବାକୁ ଲୋକଙ୍କ ସମାଗମ ରହିଛି ।
ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବ ର ୬ଷ୍ଠ ରଜନୀରେ କଂସ ର କୃଷ୍ଣ ଙ୍କୁ ସ୍ଵପ୍ନ ଦୃଶ୍ୟ ଅଭିନୀତ
