Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୋକାନୀ କୋର୍ଟ ଚାଲାଣ

ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜପୁର ପୁର ଗ୍ରାମରେ ନାବାଳିକାକୁ ବିସ୍କୁଟ ଦେବା ବାହାନାରେ ଦୋକାନ ପରିସରରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ରେ ଅଟକ ରହିଥିବା ଦୋକାନୀ କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଦୋକାନୀ ଜଣଙ୍କ ଜୟରାମ ସାହୁ (୫୦) ବୋଲି ପୁଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ ନାବାଳିକା ଙ୍କ ପରିବାର ବର୍ଗ ଙ୍କ ଅଭିଯୋଗ ଅନୁଯାୟୀ ଶନିବାର ଦିନ ୧୧ ଟା ବେଳେ ନାବାଳିକା ଜଣଙ୍କ ଦୋକାନ ନିକଟରେ ଖେଳୁଥିବା ବେଳେ ଦୋକାନୀ ଜୟରାମ ସାହୁ ନାବାଳିକାକୁ ବିସ୍କୁଟ ଦେବା ଲୋଭ ଦେଖାଇ ଦୋକାନ ଭିତରକୁ ନେଇ ଯାଇଥିଲେ। ସେଠାରେ ନାବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ସହ ଅସଦାଚରଣ କରିଥିଲେ।ଘଟଣା ନେଇ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ।ଘଟଣା ନେଇ ନାବାଳିକା ଜଣଙ୍କ ତାଙ୍କ ମାଁ କୁ କହିବା ପରେ , ପରିବାର ବର୍ଗଙ୍କ ପକ୍ଷରୁ ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୧୯୩/୨୩ ରେ ଏକ ମାମଲା ରୁଜୁ କରିଥିଲା।ଆଜି ନାବାଳିକା ଙ୍କ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ ସହ ଉଭୟଙ୍କ ଡାକ୍ତର ଭାଇନା ପରେ ଜୟରାମ କୁ କୋର୍ଟ ଚାଲାଣ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ