ଅନାଥ ପିଲାର ସାହା ଓ ଥଇଥାନ କେବେ ?ପ୍ରଶାସନ ର ସାହା ଭରସାରେ ଧନୀରମ ଗୋପାଲ, ଟଙ୍କଧର ଗୋପାଲ ଓ ରଶ୍ମିତା ଗୋପାଲ ତିନି ପୁଅ ଝିଅ


କଳାହାଣ୍ଡି, ୩୦/୦୧ (ଜଗନ୍ନାଥ ନାଏକ) : ଜିଇବାର ପ୍ରୟାସ ରେ ହଜିଗଲା ସତ୍ତା। କିଏ ଜାଣିଥିଲା ଦିନେ ଅନାଥ ପାଲଟିଯିବେ ତିନି ସନ୍ତାନ।ନୀୟତିର ପରିହାସ ନା ସମୟର ବାର୍ଦ୍ଧ୍ୟକତାର ଉପହାସ ,ଖୋଜିବା ଆଗରୁ ମଉଳିଲା ଆଶା ଅଭିଳାଷ । ଏବେ ଅନାଥ ପାଲଟି ଖୋଜୁଛି ସାହାରା । ଏଭଳି ଦୃଶ୍ୟ ତେଣ୍ଡାପାଳି ପଂଚାୟତ ର ତିନି ପୁଅ ଝିଅ ଭିତରେ ଦେଖାଦେଇଛି । ଦିନ ଥିଲା ହସ ଖୁସି ସଂସାର ଭିତରେ ଲାଳନ ପାଳନ ରେ ବହୁ ଉଲ୍ଲାସରେ ବଞ୍ଚି ରହୁଥିଲେ ରଶ୍ମିତା ଗୋପାଲ( ୧୩) ଧନୀରମ ଗୋପାଲ (୯) ଟଙ୍କଧର ଗୋପାଲ (୬) । ମା ବାପାଙ୍କର ସ୍ନେହ ଶ୍ରଦ୍ଧା ଆଦରରେ ବଞ୍ଚିରହି ନିଜ ଭବିଷ୍ୟତ ଗଠନ କରିବା ଦିଗରେ ଅଗ୍ରସର ହେଉଥିଲେ ।ହେଲେ ଦଇବ ସହିଲାନି ଅଳ୍ପ ବୟସରେ ବାପା ଛେଉଣ୍ଡ ପାଲଟିଗଲେ । ଶେଷରେ ମାନଙ୍କ ପଣତ କାନି ରେ ନିଜ ଭବିଷ୍ୟତ ନେଇ ଏଡୁଟି ହେଲେ । ବାପା ଚାଲିଗଲା ପରେ ମା ବେଳ ଗୋପାଲ ତିନି ଜଣଙ୍କର ଯାବତୀୟ ଦାୟିତ୍ୱ ନିଭାଇଲେ ସତ ହେଲେ କିଛି ଦିନ ଭିତରେ ସନ୍ତାନ ମାନଙ୍କର ମୋହ ତୁତାଇ ଅନ୍ୟ ଜଣଙ୍କର ହାତ ଧରିଲେ । ଏବେ ତିନି ସନ୍ତାନ ମା ଥାଇବି ଅନାଥ ପାଲଟି ଗଲେ । ଏବେ ନିସହାୟ ହୋଇ ସାହାରା ର ହାତ ଖୋଜି ବୁଲୁଛନ୍ତି ତିନି ସନ୍ତାନ । ଘଟଣା ଘଟିବା ପରେ ସ୍ଥାନୀୟ ସରପଂଚ ଗୌଲୋଚନ ଗୋପାଲ ତିନି ପୁଅ ଝିଅର ଥଇଥାନ ବ୍ୟବସ୍ଥାକୁ ନେଇ ପ୍ରଶାସନ ର ଦ୍ବାରସ୍ଥ ହୋଇଛନ୍ତି। ଏପରିକି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସହ ଯୋଗାଯୋଗ କରିଥିବା ଜଣା ପଡ଼ିଛି । ତିନି ସନ୍ତାନ ଦୁର୍ଦ୍ଦଶାକୁ ଦେଖି ନିଜ ଅଜା ଘର ଲୋକେ ବର୍ତ୍ତମାନ ନିଜ ଘରେ ରଖି ପୋଷଣ ପାଳନ କରୁଥିବା ଜଣା ପଡ଼ିଛି । ହେଲେ ତିନି ସନ୍ତାନ ଙ୍କ ର ଭବିଷ୍ୟତ ଅନିଶ୍ଚିତା ଭିତରେ ଠେଲି ରହିଥିବା ବେଳେ ତାଙ୍କର ଥଇଥାନ ବ୍ୟବସ୍ଥା ଆବଶ୍ୟକ ରହିଛି । ସରକାର ଅନାଥ ପୁଅ ଝିଅ ମାନଂକ ଅନେକ ଯୋଜନା ନିର୍ମାଣ କରିଥିଲେ ହେଁ ଏମାନଙ୍କ କ୍ଷେତ୍ରରେ ଅପହଞ୍ଚ ରେ ରହିଛି । ଏମାନଙ୍କର ଥଇଥାନ ଓ ସରକାରୀ ସହାୟତା ଯୋଗାଇ ଦେବାକୁ ସରପଂଚ ତଥା ଗ୍ରାମବାସୀ ଦାବି ରଖିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।