Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଏଚଇପି ଏଲଡବ୍ଲୁସି କର୍ମକର୍ତ୍ତା ମନୋନୀତ:-ସଭାପତି ଏଚଆର ଉଇଙ୍ଗ ପ୍ରଫୁଲ୍ଲ ଲାକ୍ରା,ସମ୍ପାଦକ ଶିବଶଙ୍କର ତିୱାରୀ, କୋଷାଧ୍ୟକ୍ଷ ଧନମାଲି ଛୁରିଆ

ଚିପିଲିମା, ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ ଅଧିନସ୍ଥ ଏଲ ଡବ୍ଲୁ ସି ର ଚଳିତ ବର୍ଷ ପାଇଁ କର୍ମକର୍ତ୍ତା ଚୟନ ହୋଇଯାଇଛି।ଏହି ଅବସରରେ ଏଚଆର ଉଇଙ୍ଗ ପ୍ରଫୁଲ୍ଲ କୁମାର ଲାକ୍ରାଙ୍କ ଅଧ୍ୟକ୍ଷତାରେ ଅବସର ବିନୋଦନ କେନ୍ଦ୍ର ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା।୨୦୨୩-୨୪ ର ଆୟ ବ୍ୟୟ ହିସାବ କିତାବ କରାଯାଇଥିଲା।ପରେ କର୍ମକର୍ତ୍ତା ମନୋନୀତ କରାଯାଇଥିଲା।ସର୍ବସମ୍ମତିକ୍ରମେ ସଭାପତି ଭାବରେ ପ୍ରଫୁଲ୍ଲ କୁମାର ଲାକ୍ରା, ସାଧାରଣ ସମ୍ପାଦକ ଭାବରେ ଶିବଶଙ୍କର ତିୱାରୀ, ମନୋନୀତ ହୋଇଥିବାବେଳେ, କ୍ରୀଡ଼ା ସମ୍ପାଦକ ଭାବରେ ଧନେଶ୍ୱର ସୁନା, ସଂକୃତିକ ସମ୍ପାଦକ ଭାବରେ ସୁଦର୍ଶନ ତ୍ରିପାଠୀ, କୋଷାଧ୍ୟକ୍ଷ ଭାବରେ ଧନମାଲି ଛୁରିଆ, ସମୀକ୍ଷକ ଭାବରେ ଏସକେ ସାମନ୍ତରାୟ ମନୋନୀତ ହୋଇଛନ୍ତି।ନିର୍ବାହୀ କର୍ମକର୍ତ୍ତା ଭାବରେ ଇଂ ଜିଏନ ପାଢ଼ୀ, ଇଂ ପିକେ ସେଠି, ଇଂ ପିଏସ ବେହେରା,ଇଂ ବିଶ୍ୱଜିତ ନାୟକ, ଗୌରୀ ପାଢ଼ୀ, ଆରକେ ବେହେରା, କେସି ପୃଷ୍ଟି, ଏଲଏନ ମହାନନ୍ଦ, ସଦାନନ୍ଦ ସୁନା ପ୍ରମୁଖ ମନୋନୀତ ହୋଇଛନ୍ତି।କର୍ମକର୍ତ୍ତା ଚୟନ ପରେ ସମସ୍ତ ହିସାବ କିତାବ ନୂତନ ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କୁ ହସ୍ତାନ୍ତର କରାଯାଇଛି।ଚଳିତ ବର୍ଷ ପାଇଁ ଯଥା ଶୀଘ୍ର କ୍ରୀଡା କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିବା ଜଣାପଡିଛି।ପ୍ରକାଶ ଥାଉକି ଶିବ ଶଙ୍କର ତିୱାରୀ ଲଗାତାର ଭାବେ ସାଧାରଣ ସମ୍ପାଦକ ଭାବରେ ମନୋନୀତ ହୋଇଆସୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ