Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧର୍ମଗଡ଼ ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ ଭାବରେ ଆଇଏଏସ ଧୀମାନ ଚକମାଙ୍କ ଯୋଗଦାନ

କଳାହାଣ୍ଡି, ୩୦/୦୧ (ଜଗନ୍ନାଥ ନାଏକ) : ଆଜି ଧର୍ମଗଡ଼ ନୂତନ ଉପଜିଲ୍ଲାପାଳ ଭାବରେ ଶ୍ରୀ ଧୀମାନ ଚକମା ଯୋଗଦାନ କରିଛନ୍ତି । ଏନେଇ ବିଭିନ୍ନ ବିଭାଗର କର୍ମଚାରୀ ମାନେ ସ୍ଵାଗତ କରିଥିବା ବେଳେ ଧର୍ମଗଡ଼ ପ୍ରେସ କ୍ଲବ ତରଫରୁ ମଧ୍ୟ ସମସ୍ତ ସାମ୍ବାଦିକ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ , ଓ ଏକ ସାମ୍ବାଦିକ ସମ୍ବିଲନି ମଧ୍ୟ କରାଯାଇ ଥିଲା , 2021 ବ୍ୟାଚର ଆଇଏଏସ ଶ୍ରୀ ଧୀମାନ ଚକମା ଏଥିପୂର୍ବରୁ ମୟୁରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଆଇଏଫସ ଭାବରେ ଅଵସ୍ଥାପିତ ରହି ଥିଲେ । ସୂଚନା ଯୋଗ୍ୟ ଯେ, ପୂର୍ବ ତନ ଉପଜିଲ୍ଲାପାଳ ଆଇଏଏସ ବେଦ ଭୂଷଣ ଙ୍କ ବଦଳି ହେବା ପରେ ଦୀର୍ଘ ଛଅ ମାସ ହେଲା ଧର୍ମଗଡ଼ଠାରେ ଉପଜିଲ୍ଲାପାଳ ପଦବୀ ଖାଲି ପଡିଥିଲା , ହେଲେ ସେତେ ଦିନ ପର୍ଯ୍ୟନ୍ତ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ ଧର୍ମଗଡ଼ ଉପ ଜିଲ୍ଲାପାଳ ଭାବରେ କାର୍ଯ୍ୟ ତୁଳାଇ ଆସୁଥିଲେ । ବର୍ତ୍ତମାନ ଧର୍ମଗଡ଼ ଉପଖଣ୍ଡର ସ୍ୱାସ୍ଥ୍ୟ, ଶିକ୍ଷ୍ୟା , ଓ ବିଭିନ୍ନ ସାମୁହିକ ସମସ୍ୟା ଉପରେ ଗୁରୁତ୍ୱ ଦେବେ ବୋଲି ବର୍ତ୍ତମାନ ନୂତନ ଭାବରେ ଦାଇତ୍ଵ ଗ୍ରହଣ କରିଥିବା ଉପଜିଲ୍ଲାପାଳ ଧୀମାନ ଚକମା ପ୍ରକାଶ କରିଛନ୍ତି