Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜରେ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ର

ବୀରମହାରାଜପୁର : (ସୌମିତ୍ରି ମେହେର) ଜଗନ୍ନାଥ ସଂସ୍କୃତି ଆଞ୍ଚଳିକତା ଭିତରେ ଆବଦ୍ଧ ନ ହୋଇ ସମଗ୍ର ବିଶ୍ବକୁ ପରିବ୍ୟାପ୍ତ ହୋଇଛି । ଏହା ଓଡ଼ିଆର ଅସ୍ମିତା , ଓଡ଼ିଆ ଜୀବନ ବେଳର ପରିଚାୟକ। ଯୁଗଯୁଗ ଧରି ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ସଂସ୍କୃତି ବର୍ଣ୍ଣିତ । ଏହି ସଂସ୍କୃତି ବିଶ୍ବ ଚେତନାର ପ୍ରତୀକ ବୋଲି ବୀରମହାରାଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଓଡ଼ିଆ ପ୍ରଧ୍ୟାପକ ନିରଞ୍ଜନ ପାଣ୍ଡିଆ କହିଛନ୍ତି । ସେହିପରି ଆଲୋଚକ ଭାବେ ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ ଯୋଗଦେଇ କହିଥିଲେ ଜଗନ୍ନାଥ ସର୍ବଧର୍ମର ଦେବତା। କଲେଜର ଅଧ୍ୟକ୍ଷ ସୁଦାମଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ଯଅତିଥି ଭାବେ ପରିଚାଳନା କମିଟିର ସଭାପତି ଆଇନଜୀବୀ ତଥା ସାମ୍ବାଦିକ ସ୍ବୟମ୍ଭୁନାଥ ଖଣ୍ତଗିରି ଯୋଗଦେଇଥିଲେ। ଏଥିରେ ସମ୍ମାନିତଅତିଥି ଭାବେ କଲେଜର ଓଡ଼ିଆ ବିଭାଗର ମୁଖ୍ଯ ସୂର୍ଯ୍ୟନାରାୟଣ ପଣ୍ଡା , ଓଡ଼ିଆ ଅଧ୍ୟାପକ ପ୍ରକାଶ କୁମାର ସେଠ ଯୋଗଦେଇ ଜଗନ୍ନାଥ ସଂସ୍କୃତି ବାବଦରେ ଆଲୋଚନା କରିଥିଲେ । ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ନୋଡାଲ ଅଫିସର ଡ. ହିମାଂଶୁ ଶେଖର ପାଢୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଇତିହାସ ଅଧ୍ୟାପିକା ଡ. ବନ୍ଦିତା ବିଶ୍ଵାଳ ସଭାପରିଚାଳନା କରିଥିଲେ। ଶେଷରେ ଓଡ଼ିଆ ଅଧ୍ୟାପକ ସଞ୍ଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କଲେଜର ବହୁ ଛାତ୍ରଛାତ୍ରୀ ସାମିଲଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ