Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁଞ୍ଜାପାଲି ଆଶ୍ରମ ସ୍କୁଲ ର ବାର୍ଷିକ ଉତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ସଂଯମୀ , ସଂସ୍କାରୀ ହେଲେ ହେବ ଲକ୍ଷ୍ୟ ହାସଲ

ବୀରମହାରାଜପୁର : (ସୌମିତ୍ରି ମେହେର)
ଛାତ୍ରଛାତ୍ରୀ ମାନେ ହେଉଛନ୍ତି ଦେଶର ଭବିଷ୍ୟତ । ଏଣୁ ଏମାନଙ୍କୁ ଭବିଷ୍ୟତ ପାଇଁ ଗଢ଼ିବା ସମସ୍ତଙ୍କ କର୍ତ୍ତବ୍ୟ । ସଂଜମି ଓ ସଂସ୍କରୀ ହେଲେ ଉତ୍ତମ ନାଗରିକ ହୋଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ । ତେଣୁ ସମସ୍ତେ ଏଥିପ୍ରତି ଧ୍ୟାନ ଦେଇ ଭଲ ପାଠ ପଢି ଭବିଷ୍ୟତ ରେ ଉତ୍ତମ ନାଗରିକ ହେବା କୁ ଚେଷ୍ଟା କରିବା ଉଚିତ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ର କୁଞ୍ଜାପାଲି ଆଶ୍ରମ ସ୍କୁଲ ରେ ହୋଇଥିବା ବାର୍ଷିକ ଉତ୍ସବ ରେ ଯୋଗଦେଇ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି । ସ୍କୁଲର ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ଶେଖର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସମାରୋହରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ମାଝୀ ମୁଖ୍ୟ ଅତିଥି ଏବଂ ବୀରମହାରାଜପୁର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ବାଗ , ଦୁର୍ଜନତୈଲା ସରପଞ୍ଚ ବିଷ୍ଣୁପ୍ରିୟା କୁମ୍ଭାର ଓ ସ୍କୁଲ ପରିଚାଳନା କମିଟିର ସଭାନେତ୍ରୀ ପ୍ରଭାବତୀ ବଗର୍ତ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଛାତ୍ରୀ ସନ୍ଧ୍ୟାରାଣୀ ନାଏକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଲିଜା ସୁମୁର୍ଥା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ଶେଖର ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସର ରେ ପୂର୍ବରୁ ହୋଇଥିବା କୁଇଜ , ରଙ୍ଗୋଲି , ଡିବେଟ ଆଦି ପ୍ରତିଯୋଗିତା ସହିତ ସ୍କୁଲ ସ୍ତରୀୟ କ୍ରିକେଟ , ବ୍ୟାଡମିଣ୍ଟନ , ଭଲିବଲ ରେ ଚାମ୍ପିଅନ ଦଳ କୁ ଅତିଥିମାନେ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ଏହା ସହିତ ଝିଲି ପ୍ରଧାନ ଙ୍କୁ ଚଳିତ ଶିକ୍ଷା ବର୍ଷର ଶ୍ରେଷ୍ଠ ଛାତ୍ରୀ , ଶ୍ରେଷ୍ଠ ଉପସ୍ଥାନ ଭାବେ ମନୋଜ ଭରାସାଗର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଗିରିଧାରୀ ନାଏକ ଓ ତ୍ରିଲୋଚନ ସାହୁ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ ।
ଶେଷ ରେ ଛାତ୍ର ମୁକେଶ ଜଗତ ଧନ୍ୟବାଦ ଅର୍ପଣ କରିଥିଲେ।ସଭାପରେ ସ୍କୁଲ ର ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଛାତ୍ରୀ ଲିଜା ନାଏକ ଓ ଲିଜା ସୁମୂର୍ଥା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସର ରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ , ଶିକ୍ଷୟିତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ , ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ର ସଦସ୍ୟ ଯୋଗଦେଇଥିଲେ।