Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜ୍ୟୋତି ସ୍ପୋର୍ଟିଂ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ କେନଝରିଆ ପାଲି କୁ ହରାଇ ହିଲୁଙ୍ଗ ଦଳ ଚମ୍ପିଆନ୍

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ରେ ହେଉଥିବା ଜ୍ୟୋତି ସ୍ପୋର୍ଟିଙ୍ଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ଆୟୋଜକ କେନଝିରିଆପାଲି କୁ ହରାଇ ହିଲୁଙ୍ଗ ଦଳ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ଟି ଦୁଇଟି ଫର୍ମାଟ ରେ ଖେଳା ଯାଇଥିଲା। ହିଲୁଙ୍ଗ ଦଳ ଟସ ଜିଣି ପ୍ରଥମ ଫର୍ମାଟ ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେରେ ୫ ଉଇକେଟ ହରାଇ ୧୩୯ ରନ କରିଥିଲା । ଜବାବରେ କେନଝିରିଆପାଲି ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୮ ଉଇକେଟ ହରାଇ ୧୧୦ରନ କରିଥିଲା । ଦ୍ଵିତୀୟ ଫର୍ମାଟ ରେ ହିଲୁଙ୍ଗ ଦଳ ନିର୍ଦ୍ଧାରିତ ୭ ଓଭର ରେ ୫ ଉଇକେଟ ହରାଇ ୧୨୦ ରନ କରିଥିବା ବେଳେ କେନଝିରିଆପାଲି ଦଳ ନିର୍ଦ୍ଧାରିତ ୭ ଓଭର ରେ ୮ ଉଇକେଟ ହରାଇ ୯୦ ରନ କରିଥିଲା । ଉଭୟ ଫର୍ମାଟ ରେ ବିଜୟୀ ହୋଇ ହିଲୁଙ୍ଗ ଦଳ ଚାମ୍ପିଅନ ହୋଇଥିଲା । ଆୟୋଜକ ଜ୍ୟୋତି ସ୍ପୋର୍ଟିଙ୍ଗ ର ସଭାପତି ବ୍ୟାସଦେବ ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର ଵିତରଣି ଉତ୍ସବରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଏବଂ ସ୍ଥାନୀୟ ସରପଞ୍ଚ ସସ୍ମିତା ଦୀପ , ସମିତି ସଭ୍ୟା ସୁଷମା ସେଠୀ , କ୍ରୀଡାବିତ ଗୁଣସାଗର କର୍ଣ୍ଣ , ଜାତକ ପ୍ରଧାନ , ରାଜୀବ ପ୍ରଧାନ , ନିଳାଞ୍ଚଳ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ହିଲୁଙ୍ଗ ର ବିକାସ ଙ୍କୁ ମ୍ୟାନ ଅଫ ଦି ଫାଇନାଲ ଓ ସିରିଜ ଭାବେ ପୁରସ୍କୃତ କରିଥିଲେ। ଚାମ୍ପିଅନ ହିଲୁଙ୍ଗ ଦଳ କୁ ନଗଦ ୧୩ ହଜାର ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଅଫ କେନଝିରିଆପାଲି ଦଳ କୁ ନଗଦ ୮ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ଫାଇନାଲ ଖେଳକୁ ତରଣୀ ସେନ ପ୍ରଧାନ ଓ ପୃଥ୍ୱିରାଜ ମହାକୁର ଅମ୍ପାୟାର ଭାବେ ପରିଚାଳନା କରିଥିବା ବେଳେ ସରୋଜ କୁମାର ଭୁକ୍ତା ସ୍କୋରିଙ୍ଗ ଏବଂ ଝସକେତନ ରଣା, ଶ୍ରବଣ ଦେହୁରୀ ଓ ବିରେନ୍ଦ୍ର କୁମାର ଖେତି ଧରାବିବରଣି ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories