ପିପୁଲ ଫୋରମ୍ ତରଫରୁ ବୀରମହାରାଜପୁର ରେ ଶତାଧିକ ବରିଷ୍ଠ ନାଗରିକ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ଶୀତ ବସ୍ତ୍ର କମଳ ବଣ୍ଟନ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳବାର ଦିନ ପିପୁଲ ଫୋରମ୍ ତରଫରୁ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ଶତାଧିକ ବୃଦ୍ଧା ବୃଦ୍ଧ ଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢୀ ମୁଖ୍ୟ ଅତିଥି ଏବଂ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରିଆ , ସ୍ଥାନୀୟ ତହସିଲଦାର ଅମୃତ ଲାଲ୍ ବେହେରା , ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତ ବ୍ୟକ୍ତ କରିଥିଲେ। ଅତିଥିମାନେ ଅନୁଷ୍ଠାନର ଏହିଭଳି ସମାଜ ସେବା କାର୍ଯ୍ୟ କୁ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ବେଚ୍ଛାସେବୀ କିଶୋର କୁମାର ହୋତା , ଅଧ୍ୟାପକ ଭକ୍ତ ରାମ ପଣ୍ଡା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ମୀନକେତନ ମହାକୁର କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରକାଶ ରଥ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସର୍ବ ଭାରତୀୟ ସ୍ତରରେ ଆଗାମୀ ଦିନରେ କମ୍ ଖର୍ଚ୍ଚରେ ଅନୁଷ୍ଠାନ ପକ୍ଷରୁ ଗରିବ ଲୋକମାନଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ଦିଆ ଯାଇଥିଲା । ଶତାଧିକ ବରିଷ୍ଠ ମହିଳା ଓ ପୁରୁଷ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଯୁଗଳ କିଶୋର ମିଶ୍ର ସଂଯୋଜନା କରିଥିବା ବେଳେ ସାମନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମାହେଶ୍ୱରୀ ସେନା ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।