Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପେଟିଏମ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ମାର୍ଚ୍ଚ ୧ରୁ ସବୁ ଟ୍ରାଞ୍ଜେକ୍ସନ ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ପେଟିଏମ ଉପରେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ। ପେଟିଏମ ପେମେଣ୍ଟସ୍ ବ୍ୟାଙ୍କରେ ଆଉ ନୂଆ ଗ୍ରାହକ କରିପାରିବେନି। ଆରବିଆଇ ଏହା ଉପରେ ତତ୍କାଳ ପ୍ରଭାବରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆରବିଆଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବୃଆରୀ ୨୯ ପରେ ଗ୍ରାହକଙ୍କ ଆକାଉଣ୍ଟରେ ଆଉ ନେଣଦେଣ କରାଯାଇ ପାରିବ ନାହିଁ। ଆରବିଆଇ ବ୍ୟାଙ୍କିଂ ଅଧିନିୟମ ୧୯୪୯ର ଧାରା ୩୫ଏ ଆଧାରରେ ନିଜ ଶକ୍ତିର ଉପଯୋଗ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଆରବିଆଇ ଅନୁଯାୟୀ, କମ୍ପାନୀ ଲଗାତାର ନିୟମ ପାଳନ କରିବାରେ ବିଫଳ ରହିଛି। ଏହା ସହିତ ପେଟିଏମ ବ୍ୟାଙ୍କ ସମ୍ପର୍କିତ ଆହୁରି ଅନେକ ସମସ୍ୟା  ସାମ୍ନାକୁ ଆସିଛି। ଫେବୃଆରୀ ୨୯ ତାରିଖ ପରଠୁ ପେଟିଏମରେ କୌଣସି ପ୍ରକାରର ଆକାଉଣ୍ଟରେ ଟଙ୍କା ଜମା  ହୋଇ ପାରିବ ନାହିଁ। ସେ ଓ୍ଵାଲେଟ୍ ହେଉ କି ଫାଷ୍ଟ୍ୟାଗ ଅବା ଅନ୍ୟ କିଛି। କୌଣସି ନେଣଦେଣ ହୋଇ ପାରିବ ନାହିଁ।

ତେବେ ଆରବିଆଇ ସ୍ପଷ୍ଟ କରିଛନ୍ତି ଯେ ପେଟିଏମ ପେମେଣ୍ଟ ବ୍ୟାଙ୍କରେ ଥିବା ଗ୍ରାହକମାନେ ବର୍ତ୍ତମାନ ନିଜ ଅର୍ଥକୁ ସମ୍ପୂର୍ଣ୍ଣ ଉପଯୋଗ କରିପାରିବେ। ସେମାନଙ୍କର ସଞ୍ଚୟ ଜମା ଖାତା ହେଉ ବା କରେଣ୍ଟ ଆକାଉଣ୍ଟ, ପ୍ରିପେଡ ଇନଷ୍ଟ୍ରୁମେଣ୍ଟ, ଫାସଟ୍ୟାଗ୍, ନ୍ୟାସନାଲ ଅଥବା କମନ ମୋବିଲିଟି କାର୍ଡ ଯେଉଁଥିରେ ବି ସେମାନେ ସେମାନଙ୍କ ଅର୍ଥଥିବ ତାହା ବ୍ୟବହାର କରିପାରିବେ।

ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ନୂଆ ଗ୍ରହକ ଗ୍ରହଣ କରିବା ଉପରେ ନିଷିଦ୍ଧାଦେଶ ସହିତ ୨୯ ଫେବୃଆରୀ ୨୦୨୪ ପରେ ମହଜୁଦ ଗ୍ରାହକଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନ ଉପରେ ମଧ୍ୟ ରୋକ ଲଗାଯାଇଛି। ଆରବିଆଇଙ୍କ ନିଷ୍ପତ୍ତିର ପ୍ରଭାବ ଗୁରୁବାର ପେଟିଏମ ସେୟାର ଉପରେ ମଧ୍ୟ ଦେଖିବାକୁ ମିଳିପାରେ। ତେବେ ଗତ ଦିନରେ କମ୍ପାନୀର ସେୟାର ମୂଲ୍ୟରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଡ଼ ହ୍ରାସ ଦେଖାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ