ତେଲିପାଲି ସ୍କୁଲ ଗେଟରେ ତାଲା ପକାଇ ପ୍ରତିବାଦ କରି ଧାରଣାରେ ବସିଲେ ଛାତ୍ରଛାତ୍ରୀ

ବୀରମହାରାଜପୁର (ସୌମିତ୍ରି ମେହେର) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ତେଲିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଗେଟରେ ବୁଧବାର ଛାତ୍ରଛାତ୍ରୀ ମାନେ ତାଲା ପକାଇ ଧାରଣାରେ ବସିଥିଲେ । ଉକ୍ତ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ କାର୍ଯ୍ୟାରତ ଥିଲେ। ଏହି ବିଦ୍ୟାଳୟରୁ ଶିକ୍ଷକ ସନ୍ତୋଷ କୁମାର ମିଶ୍ର ଙ୍କୁ ଅନ୍ୟତ୍ର ବଦଳି ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି ହୋଇଥିଲା । ଫଲରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲ ରେ ତାଲା ପକାଇ ଗେଟ ସାମ୍ନାରେ ବସି ଧାରଣା ଦେଇଥିଲେ । ଏନେଇ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାରଙ୍କୁ ଯୋଗାଯୋଗ କରାଯିବାରୁ ସରକାରୀ ନିୟମ ଅନୁଯାଇ ଯେଉଁ ସ୍କୁଲ ରେ ଦୁଇଟା ଶିକ୍ଷକରୁ କମ ଥିବ ସେହି ସ୍କୁଲ ମାନଙ୍କରେ ଅନ୍ୟ ସ୍କୁଲରୁ ଶିକ୍ଷକ ଆଣି ଦିଆହେଉଛି l ସୂଚଯୋଗ୍ୟ ଯେ ତେଲିପାଲି ସ୍କୁଲ ରେ ଶିକ୍ଷକତା କରୁଥିବା ଶିକ୍ଷକ ସନ୍ତୋଷ କୁମାର ମିଶ୍ର ଙ୍କୁ କେଶଲଗା ସ୍କୁଲ କୁ ବଦଳି କରାଯାଇଛି। ପରେ ଖବର ପାଇଁ ସିଆରସିସି ଓ ଏବିଓ ସ୍କୁଲ ରେ ପହଞ୍ଚି ବୁଝାସୁଝା ପରେ ସ୍କୁଲ ତାଲା ଖୋଲି ପାଠ ପଢା ସ୍ୱାଭାବିକ ହୋଇଥିବା ନେଇ ଶ୍ରୀ କୁମ୍ଭକାର ପ୍ରକାଶ କରିଛନ୍ତି l ଏଠାରୁ ବଦଳି କରାଯାଇଥିବା ଶିକ୍ଷକଙ୍କୁ ତୁରନ୍ତ ଫେରାଇ ଆଣିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦାବି ଜଣାଇଛନ୍ତି ।