ବୀରମହାରାଜପୁର ( ସୌମିତ୍ରି ମେହେର ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟ ନିକଟସ୍ଥ ମୁଖ୍ୟ ରାସ୍ତା ଉପରେ ବୁଧବାର ଅପରାହ୍ନରେ ସମୟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ମୃତକ ହେଲେ ବୀରମହାରାଜପୁର ଥାନା ଅନ୍ତର୍ଗତ ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁର ଇଶ୍ଵର ଜଗଦଲା (୨୮) ବୋଲି ଜଣାଯାଇଛି । ମୃତକ ଇଶ୍ଵର ଜଗଦଲା କୈାଣସି କାର୍ଯ୍ୟରେ ବୀରମହାରାଜପୁରରୁ ନିଜ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କ ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଉକ୍ତ ବାଇକ ଆରୋହୀଙ୍କୁ ଆମ୍ବୁଲାନ୍ସ ଯୋଗେ ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୀରମହାରାଜପୁରର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି । ଗୁରୁତର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ଜଣାଯାଇଛି । ଅପରପକ୍ଷରେ ଦୁର୍ଘଟଣା ଘଟାଇ ଫେରାର ଥିବା ଗାଡ଼ି ଓ ଚାଳକଙ୍କୁ ପୋଲିସ ଗିରଫ ନକରିବା ପର୍ଯ୍ୟନ୍ତ ମୃତ ଦେହ ସଂରକ୍ଷଣ ଗୃହକୁ ଛଡାଯିବ ନାହିଁ ବୋଲି ପରିବାର ଲୋକେ ଜିଦ୍ ଧରିଛନ୍ତି ।
ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ମୃତ
