କାମଚଳା ବଜେଟକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ, ନୂତନ ସରକାର ପରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍


ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଆଜି ଶେଷ ବଜେଟ୍ ଉପସ୍ଥାପନ ହେଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କାମଚଳା ବଜେଟ୍ ସଂସଦରେ ଉପସ୍ଥାପନ କରୁଛନ୍ତି । ଏହା ପୂର୍ବରୁ କାମଚଳା ବଜେଟକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିଲା । ଗୃହରେ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମତି ମାଗିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହାକୁ ମଞ୍ଜୁରୀ ଦିଆଯାଇଥିଲା ।

ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ନୂତନ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ଆଉ କିଛି ମାସ ପରେ ଲୋକସଭା ନିର୍ବାଚନ । ତେଣୁ ଅନ୍ତରୀଣ ବଜେଟରେ ଅର୍ଥମନ୍ତ୍ରୀ ମନଲୋଭା ଘୋଷଣା କରି ପାରନ୍ତି । ବିଶେଷ କରି କୃଷି, ମହିଳା ଓ ଗରିବ ବର୍ଗଙ୍କ ପାଇଁ ବଡ ଉପହାର ମିଳିପାରେ । ସରକାର କେବଳ ଭିତିଭୂମି ବିକାଶ ଉପରେ ଅଧିକ ଖର୍ଚ୍ଚ କରିବା ଉପରେ ଧ୍ୟାନ ଦେଉ ନାହାନ୍ତି ବରଂ ଏମିତି ଯୋଜନା ଘୋଷଣା ହୋଇପାରେ ଯେଉଁଥିରେ ବ୍ୟାପକ ମାତ୍ରାରେ ରୋଜଗାର ସୃଷ୍ଟି ହୋଇ ପାରିବ । ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣରେ ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଂଟିର ପ୍ରମୁଖତାର ସହ ଉଲ୍ଲେଖ କରିବେ । କାରଣ ପିଏମ ମୋଦୀ ଅନେକ ଥର ନିଜ ଭାଷଣରେ ଦେଶ ବିକାର ଗ୍ୟାରେଟିଂ ଦେଇ ଆସିଛନ୍ତି ।