ମଧ୍ୟମ ବର୍ଗଙ୍କଙ୍କୁ ଉପହାର, ଗାଁରେ ମିଳିବ ଆଉ ୨ କୋଟି ପିଏମ ଆବାସ ଘର, ୫ ବର୍ଷ ବଢିଲା ମାଗଣା ରାସନ ଯୋଜନା


ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟରେ ଅନେକ ବଡ ଘୋଷଣା କରିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ, ସରକାର ମଧ୍ୟବିତ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ଆବାସ ଯୋଜନା ନେଇକି ଆସୁଛନ୍ତି । ଏହି ଯୋଜନାର ଲାଭ ଭଡାଘର, ଚାଳଛପର ବସ୍ତିରେ ରହୁଥିବା ଲୋକଙ୍କୁ ମିଳିବ । ଅର୍ଥମନ୍ତ୍ରୀ କହିଛନ୍ତି, କୋଭିଡ୍ ମହାମାରୀ ସତ୍ୱେ ପିଏମ ଆବାସ ଯୋଜନା ଆଧାରରେ ତିନି କୋଟି ଘର ଯୋଗାଇ ଦିଆଯାଇଛି । ଆଗାମୀ ସମୟରେ ଆଉ ୨ କୋଟି ନୂତନ ଘର ମଧ୍ୟ ଯୋଗାଇ ଦିଆଯିବ ।

ଅର୍ଥମନ୍ତ୍ରୀ ସୀତାରମଣ ଗୁରୁବାର ସଂସଦରେ ଅନ୍ତରୀନ ବଜେଟ ଉପସ୍ଥାପନ କରି କହିଛନ୍ତି, ସରକାର ପିଏମ ମୁଦ୍ରା ଯୋଜନା ଆଧାରରେ ମୋଟ୍ ୨୨.୫ ଲକ୍ଷ କୋଟି ଟଙ୍କାର ୪୩ କୋଟି ଲୋନ ଦେଇଛନ୍ତି । ଗତ ୧୦ ବର୍ଷରେ ମହିଳାଙ୍କୁ ମୁଦ୍ରା ଯୋଜନାରେ ୩୦ କୋଟି ଲୋନ ଦିଆଯାଇଛି ।

ଦେଶରେ ୮୦ କୋଟି ଲୋକଙ୍କୁ ମିଳୁଥିବା ମାଗଣା ରାସନାର ଅବଧିକୁ ଆଉ ୫ ବର୍ଷ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ନଭେମ୍ବରରେ କହିଥିଲେ ଯେ, ତାଙ୍କ ସରକାର ଗରିବ ଜନତାଙ୍କ ପାଇଁ ମାଗଣା ରାସନ ଯୋଜନାକୁ ଆଉ ୫ ବର୍ଷ ବୃଦ୍ଧି କରିବେ ।