Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆୟୁଷ୍ମାନ ଯୋଜନାର ବଢିଲା ପରିଧି, ଏବେ ଏହି ଲୋକଙ୍କୁ ମିଳିବ ଏହାର ଫାଇଦା

ନୂଆଦିଲ୍ଲୀ: ମୋଦୀ ସରକାର ନିଜର ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟରେ ଆୟୁଷ୍ମାନ ଯୋଜନାର ପରିଧି ବଢାଇବାକୁ ଘୋଷଣା କରିଛନ୍ତି । ଲୋକସଭାରେ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଆୟୁଷ୍ମାନ ଯୋଜନାରେ ଏବେ ଅଙ୍ଗନବାଡି କର୍ମୀ, ସହାୟିକା ଓ ଆଶା କର୍ମୀଙ୍କୁ ମଧ୍ୟ ଯୋଡାଯିବ । ସେମାନଙ୍କୁ ମଧ୍ୟ ମାଗଣା ଚିକିତ୍ସାର ଲାଭ ମିଳିବ । ଦେଶରେ ମେଡିକାଲ କଲେଜଗୁଡିକରେ ଆହୁରି ସୁବିଧା ମିଳିବ । ଉଲ୍ଲେଖନୀୟ ଆୟୁଷ୍ମାନ ଯୋଜନାରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ମାଗଣା ଚିକିତ୍ସା ସୁବିଧା ମିଳୁଛି । ଏଥିରେ ଘରୋଇ ମେଡିକାଲ ମଧ୍ୟ ସାମିଲ୍।

ଟିକାରକଣକୁ ନେଇ ଘୋଷଣା

ଅର୍ଥ ମନ୍ତ୍ରୀ କହିଛନ୍ତି, କ୍ୟାନସର ରୋକିବା ପାଇଁ କେନ୍ଦ୍ର ସରକାର ଟିକାକରଣ ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଝିଅମାନଙ୍କୁ ଛୋଟ ସମୟରୁ କ୍ୟାନସରରୁ ମୁକ୍ତି ପାଇଁ ଟିକା ଲଗାଯିବ ।

୩ କୋଟି ଲକ୍ଷପତି ଦିଦି

ମହିଳାଙ୍କୁ ସଶକ୍ତ କରିବା ଦିଗରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଆଗାମୀ ୫ ବର୍ଷରେ ୩ କୋଟି ଲକ୍ଷପତି ଦିଦି ତିଆରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଦେଶରେ ଏବେ ଏକ କୋଟିରୁ ଅଧିକ ମହିଳା ଲକ୍ଷପତି ହୋଇ ସାରିଛନ୍ତି । ସରକାରଙ୍କ ଏହି ପଦକ୍ଷେପରେ ଦେଶରେ ୯ କୋଟି ମହିଳାଙ୍କ ଜୀବସ୍ତରରେ ପରିବର୍ତନ ଆସିଛି ।