Budget 2024: କରଦାତାଙ୍କୁ ମିଳିଲାନି ଆଶ୍ୱସ୍ତି, ଇନକମ ଟ୍ୟାକ୍ସ ଅପରିବର୍ତିତ


ନୂଆଦିଲ୍ଲୀ: ମୋଦୀ ସରକାର ନିଜର ଅନ୍ତରୀଣ ବଜେଟରେ କରଦାତାଙ୍କୁ ନିରାଶ କରିଛନ୍ତି । କରଦାତା ଭାବୁଥିଲେ ଲୋକସଭା ନିର୍ବାଚନ ପୂର୍ବରୁ ସରକାର ଟ୍ୟାକ୍ସ କ୍ଷେତ୍ରରେ ସେମାନଙ୍କୁ କିଛିଟା ଆଶ୍ୱସ୍ତି କରିବେ । ଫଳରେ ୮ କୋଟିରୁ ଅଧିକ କରଦାତାଙ୍କୁ ନିରାଶ ହେବାକୁ ପଡିଛି । ସରକାର ଟ୍ୟାକ୍ସ ସ୍ଲାବ ଅପରିବର୍ତିତ ରଖିଛନ୍ତି ।

ଲୋକେ ଆଶା କରିଥିଲେ, ଗତ ଅନ୍ତରୀଣ ବଜେଟ୍ ଅର୍ଥାତ ୨୦୧୯ ପରି ଏଥର ଟ୍ୟାକ୍ସରେ କିଛିଟା ରିହାତି ମିଳିବ, ମାତ୍ର କିଛି ମିଳିନାହିଁ । ୨୦୧୯ ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ଚାକିରିଆଙ୍କୁ ମିଳୁଥିବା ଆୟକର ଷ୍ଟାଡାର୍ଡ ଡିଡକ୍ସନକୁ ୪୦ ହଜାରରୁ ବଢାଇ ୫୦ ହଜାର କରିବାକୁ ଘୋଷଣା କରିଥିଲେ । ମାତ୍ର ଏଥର କିଛି ସେମିତି ହୋଇ ନାହିଁ । କିନ୍ତୁ ଏଥର ବଜେଟରେ ସରକାର ବକାୟ ପ୍ରତ୍ୟେକ୍ଷ କରରେ ରିହାତି ଦେବାକୁ ଘୋଷଣା କରିଛନ୍ତି ।

ସରଳ ଭାଷା କହିବାକୁ ଗଲେ ଆପଣଙ୍କର ଆୟ ଯଦି ୩ ଲକ୍ଷରୁ କମ ଅଛି ତେବେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ମାତ୍ର ଆପଣଙ୍କ ବାର୍ଷିକ ଆୟ ଯଦି ୫ ଲକ୍ଷ କିମ୍ବା ସେଥିରୁ କମ ତେବେ ଆଇଟି ଆକ୍ସର ସେକ୍ସନ ୮୭ଏ ଆଧାରରେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ ।
ଯାହାଙ୍କ ବାର୍ଷିକ ଆୟ ୫ ଲକ୍ଷରୁ ଏକ ଟଙ୍କା ଯଦି ଅଧିକ କିମ୍ବା ୨ ଲକ୍ଷରୁ ୫ ଲକ୍ଷ ଯାଏ ରହିଛି ତେବେ ତାଙ୍କୁ ୫ ପ୍ରତିଶତ ହିସାବରେ ୧୨ ହଜାର ୫୦୦ ଟଙ୍କା ଟ୍ୟାକ୍ସ ଦେବାକୁ ପଡିବ । ଏହା ପରେ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୨୦ ପ୍ରତିଶତ ଓ ସେଥିରୁ ଅଧିକ ରାଶି ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ ।

ଅର୍ଥମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷରେ ପ୍ରତ୍ୟେକ୍ଷ ଟିକସ ସଂଗ୍ରହ ୨ ଗୁଣାରୁ ଅଧିକ ରହିଛି । ଏବେ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲକୁ ସହଜ ଓ ସରଳ କରାଯିବ । ବିତୀୟ ନିଅଂଟକୁ ୪.୫ ପ୍ରତିଶତକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି ।

୨୦୨୩-୨୪ ବଜେଟରେ ଏମିତି ରହିଥିଲା ଟ୍ୟାକ୍ସ ସ୍ଲାବ

୦ରୁ ୩ ଲକ୍ଷ ଉପରେ ୦ ପ୍ରତିଶତ
୩ରୁ ୬ ଲକ୍ଷ ମଧ୍ୟରେ ୫ ପ୍ରତିଶତ
୬ରୁ ୯ ଲକ୍ଷ ମଧ୍ୟରେ ୧୦ ପ୍ରତିଶତ
୯ ରୁ ୧୨ ଲକ୍ଷ ମଧ୍ୟରେ ୧୫ ପ୍ରତିଶତ
୧୨ରୁ ୧୫ ଲକ୍ଷ ଉପରେ ୨୦ ପ୍ରତିଶତ
୧୫ ରୁ ଅଧିକ ଲକ୍ଷ ଉପରେ ୩୦ ପ୍ରତିଶତ