Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦାଦରପାଲି କ୍ରିକେଟ କପ ର ଫାଇନାଲ ଖେଳରେ କେନ୍ଦୁପାଲି କୁ ହରାଇ ଉଫୁଳା ଚମ୍ପିଆନ୍ ଘୋଷିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ର ଦାଦରପାଲି ଗ୍ରାମରେ ହେଉଥିବା ପଞ୍ଚମ ଦାଦରପାଲି କ୍ରିକେଟ କପ୍ ର ଫାଇନାଲ ରେ କେନ୍ଦୁପାଲି କୁ ହରାଇ ଉଫୁଲା ଚାମ୍ପିଅନ ହୋଇଛି । ଫାଇନାଲ ମ୍ୟାଚ୍ ଟି ତିନୋଟି ଫର୍ମାଟ ରେ ହୋଇଥିଲା। ପ୍ରଥମ ଫର୍ମାଟ ରେ କେନ୍ଦୁପାଲି ନିର୍ଦ୍ଧାରିତ ୧୨ ଓଭର ରେ ୬ ଉଇକେଟ ହରାଇ ୧୨୩ ରନ କରିଥିଲା। ଜବାବରେ ଉପୁଲା ଦଳ ନିର୍ଦ୍ଧାରିତ ୧୨ ଓଭର ରେ ୯ ଉଇକେଟ ହରାଇ ୧୦୩ ରନ କରିଥିଲା। ଦ୍ଵିତୀୟ ଫର୍ମାଟ ରେ କେନ୍ଦୁପାଲି ନିର୍ଦ୍ଧାରିତ ୬ ଓଭର ରେ ୭ ଉଇକେଟ ହରାଇ ୫୮ ରନ କରିଥିବା ବେଳେ ଉଫୁଲା ୪ ଓଭର ରେ ଗୋଟିଏ ଉଇକେଟ ହରାଇ ୫୯ ରନ କରିଥିଲା। ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ସୁପର -୨ ଓଭର ଖେଳା ଯାଇଥିଲା। ଏଥିରେ ଉଫୁଲା ୩୦ ରନ କରିଥିବା ବେଳେ କେନ୍ଦୁପାଲି ୧୩ ରନ କରି ପରାସ୍ତ ହୋଇଥିଲା । ଫଳରେ ଉଫୁଲା ୨-୧ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ପୁର୍ବତନ ସରପଞ୍ଚ ରଞ୍ଜିତ କ୍ଷେତି , ସମିତିସଭ୍ୟା ପ୍ରତିନିଧି ଲମ୍ବୋଦର ମହାକୁର , ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ , ସ୍ଥାନୀୟ ନାଏବ ସରପଞ୍ଚ ସୁରେଶ ପ୍ରଧାନ, ସଂଗ୍ରାମ ଭୋଇ ,ପବିତ୍ର ପର୍ଡିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କେନ୍ଦୁପାଲି ର ଆକାଶ ଦାସ ଙ୍କୁ ମ୍ୟାନ ଅଫ ଫାଇନାଲ ଓ ଉଫୁଲା ର ବିକ୍ରମ ଗୁଦୁରିଆ ଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା । ଚାମ୍ପିଅନ ଉଫୁଲା ଦଳ କୁ ନଗଦ ୧୫ ହଜାର ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଅଫ କେନ୍ଦୁପାଲି ଦଳ କୁ ନଗଦ ୯ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଫାଇନାଲ ମ୍ୟାଚ୍ କୁ ବିଜୟ ପ୍ରଧାନ ଓ ପିଣ୍ଟୁ କର୍ମୀ ପରିଚାଳନା କରିଥିବା ବେଳେ ଶ୍ୟାମ ସୁନ୍ଦର ନାୟକ ସ୍କୋରିଙ୍ଗ ଏବଂ ସନତ ମହାକୁର ଓ ବିହାରୀ ମହାକୁର ଧାରାବିବରଣୀ ପ୍ରଦାନ କରିଥିଲେ I