Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାପଥର କଲେଜ ରେ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି କାର୍ମଶାଳା

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ଉପଖଣ୍ଡ  ଅନ୍ତର୍ଗତ କଲାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ  ଠାରେ ବୁଧବାର ଓଡିଶା ସରକାର ପ୍ରାୟୋଜିତ ବିଶ୍ଵ ଓଡିଆ ସମ୍ମିଳନୀ ର “ଓଡିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି” କର୍ମଶାଳା ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଅନୁଷ୍ଠାନ ର ଅଧ୍ୟକ୍ଷ  ଶ୍ରୀକାନ୍ତ ପଧାନ ଉକ୍ତ ସଭାରେ ସଭାପତିତ୍ଵ କରି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କହିବା ସହିତ ସାହିତ୍ୟ ସମାଜ ର ଦର୍ପଣ ସଦୃଶ ବୋଲି ଉପସ୍ଥାପନ କରିବା ସହିତ ସାହିତ୍ୟ ସମାଜ ଓ ରାଷ୍ଟ୍ର ଗଠନ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି କହିଥିଲେ । ଐତିହାସିକ ତଥା ଗବେଷକ  ସୁଦାମ ଚରଣ ନାଏକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ପରମ୍ପରା ର ମୂଳତତ୍ତ୍ଵ ଠୁ ଆରମ୍ଭ କରି ଭୀମ ଭୋଇ ଙ୍କ ଦର୍ଶନ ଓ ମହାନଦୀ ରୁ ମହୋଦଧି ର ବାର୍ତ୍ତା ପ୍ରାଞ୍ଜଳ ଭାବରେ ଉପସ୍ଥାପନା କରିଥିଲେ । ଅବସର ପ୍ରାପ୍ତ ପ୍ରାଧ୍ୟାପକ, ସାହିତ୍ୟିକ, ଗବେଷକ , ନାଟ୍ୟକାର ଡ଼କ୍ଟର ଦ୍ୱାରିକାନାଥ ନାୟକ ଓଡିଆ ଭାଷା ସାହିତ୍ୟ , ଗଳ୍ପ , ଉପନ୍ୟାସ , ଲୋକସାହିତ୍ୟ , ଗଙ୍ଗାଧର ଙ୍କ ଠାରୁ ହଳଧର ଙ୍କ ପର୍ଯ୍ୟନ୍ତ ସାହିତ୍ୟ ର ଧାରା କୁ ଆଲୋଚନା କରିଥିଲେ ।  ଦ୍ଵିତୀୟ ଅଧିବେଶନ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସ୍ବରଚିତ କବିତା ଲିଖନ, ପଠନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି ଅଧିବେଶନ ରେ ଶୁଭେନ୍ଦୁ ମେହେର , ପ୍ରହଲ୍ଲାଦ ନାଏକ ଓ  ହୃଷୀକେଶ ଚାନ୍ଦ ନିମନ୍ତ୍ରିତ ସମ୍ମାନିତ କବି ଭାବେ ଯୋଗ ଦେଇ ସ୍ବରଚିତ କବିତା ଆବୃତ୍ତି କରିଥିଲେ । ସଂଯୋଜକ ଭାବରେ ଅଧ୍ୟାପକ ରାମ ପଧାନ ଦାୟିତ୍ୱ ତୁଲାଇଥିବା ବେଳେ ଅଧ୍ୟାପିକା  ଦେବଯାନୀ ମେଶୁଆ ସଭା ପରିଚାଳନା କରିଥିଲେ । ଅଧ୍ୟାପିକା  ପ୍ରତିମା ବାରିକ କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ ।