ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତ ର ଗୁଦଗୁଦା ଗ୍ରାମରେ ମା ‘ ପଞ୍ଚଖଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଗ୍ରାମର ବରିଷ୍ଠ ନାଗରିକ ବେଣୁଧର ରାଏ , ମନରଞ୍ଜନ ନାଏକ ଓ କ୍ରିଡ଼ାବିତ ବଞ୍ଛବଟ ପ୍ରଧାନ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ୍ ଟି ଅମରପାଲି ଓ କୁସୁର୍ଡା ମଧ୍ୟରେ ହୋଇଥିଲା । ଏଥିରେ ଅମରପାଲି ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୧୩୯ ରନ କରିଥିଲା । ଜବାବରେ କୁସୁର୍ଡ଼ା ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୮ ଉଇକେଟ ହରାଇ ୧୦୦ ରନ କରି ପରାସ୍ତ ହୋଇଥିଲା। ସୁମନ ପ୍ରଧାନ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା । ଦ୍ଵିତୀୟ ମ୍ୟାଚ୍ ଟି କର୍ଡାପାଲ ଓ ପିପିଲିକାନି ମଧ୍ୟରେ ହୋଇଥିଲା । ଏଥିରେ କର୍ଡାପାଲ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୪ ଉଇକେ ହରାଇ ୧୧୬ ରନ କରିଥିଲା । ଜବାବରେ ପିପିଲିକାନି ଦଳ ନିର୍ଦ୍ଧାରିତ ୮ ଓଭର ରେ ୮ ଉଇକେଟ ହରାଇ ୮୫ ରନ କରି ପରାସ୍ତ ହୋଇଥିଲା । ଏହି ମ୍ୟାଚ୍ ପାଇଁ ଚନ୍ଦନ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଘୋଷଣା କରାଯାଇଥିଲା । ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ଅମରପାଲି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା କର୍ଡାପାଲ ମଧ୍ୟରେ ହୋଇଥିଲା । ଏଥିରେ କର୍ଡାପାଲ ନିର୍ଦ୍ଧାରିତ ୮ ଓଭର ରେ ୬ ଉଇକେଟ ହରାଇ ୯୮ ରନ କରିଥିଲା । ଜବାବରେ ଅମରପାଲି ଦଳ ୬.୧ ଓଭର ରେ ୫ ଉଇକେଟ ହରାଇ ୯୯ ରନ ସଂଗ୍ରହ କରି ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚ ଗୁଡିକରେ ଦିଲ୍ଲୀପ ପ୍ରଧାନ ଓ ସବ୍ୟସାଚୀ ବାଘର ଅମ୍ପାୟାର, ପ୍ରଦୀପ ପୁଟା ସ୍କୋରିଂ ଏବଂ ଗୋବିନ୍ଦ ମିର୍ଦ୍ଧା ଧାରାବିବରଣି ପ୍ରଦାନ କରିଥିଲେ ।
ଗୁଦଗୁଦା ପଞ୍ଚଖଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
