ଝାଡଖଣ୍ଡରେ ଚମ୍ପାଇ ସରକାର, ଶପଥ ପାଠ କରାଇଲେ ରାଜ୍ୟପାଳ


ରାଂଚି: ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ରାଜ୍ୟରେ ଉତ୍ପନ ରାଜନୈତିକ ସଙ୍କଟର ଅନ୍ତ ଘଟିଛି । ଚମ୍ପାଇ ସୋରେନ ରାଜ୍ୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ଆଲମଗୀର ଓ ସତ୍ୟାନନ୍ଦ ଭୋକ୍ତା ମଧ୍ୟ ଶପଥ ନେଇଛନ୍ତି । ଏବେ ଚମ୍ପାଇଙ୍କୁ ୧୦ ଦିନ ଭିତରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ପଡିବ । ଅନ୍ୟପଟେ ମହାମେଂଟର ୩୫ ବିଧାୟକଙ୍କୁ ହାଇଦ୍ରାବାଦ ପଠାଯିବ । ବିଶେଷଜ୍ଞଙ୍କ ମତରେ ବହୁମତ ପାଇଁ ୧୦ ଦିନର ସମୟ ଦିଆଯାଇଛି । ଏମିତିରେ ବିଧାୟକଙ୍କୁ ଭଙ୍ଗା ଯାଇ ମଧ୍ୟ ପାରିବ ।

ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ପୂର୍ବରୁ ଶିବୁ ସୋରେନଙ୍କ ଆଶୀର୍ବାଦ ନେଇଥିଲେ । ନିଜ ଗୁରୁଙ୍କ ଆଶୀର୍ବାଦ ନେବା ପରେ ଚମ୍ପାଇ କହିଛନ୍ତି, ମୁଁ ଶପଥ ନେବା ପୂର୍ବରୁ ଗୁରୁଙ୍କ ଆଶୀର୍ବାଦ ନେବାକୁ ଆସିଥିଲି । ମୁଁ ଝାଡଖଣ୍ଡ ଆନ୍ଦୋଳନ ସମୟରେ ତାଙ୍କ ସହ ଜଡିତ ଥିଲି । ସେ ଆମର ଆଦର୍ଶ, ଏଥିପାଇଁ ତାଙ୍କ ନିକଟକୁ ଆସିଥିଲି । ଆମେ ଖୁବ୍ ଶୀଘ୍ର ବହୁମତ ସାବ୍ୟସ୍ତ କରିବୁ ବୋଲି ଚମ୍ପାଇ କହିଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ମହାମେଂଟର ବିଧାୟକ ଦଳ ନେତା ଚମ୍ପାଇ ସୋରେନଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ଏହା ପୂର୍ବରୁ ଚମ୍ପାଇ ରାଜ୍ୟପାଳଙ୍କୁ ଭେଟିଥିଲେ । ତା ପୂର୍ବରୁ ଗୁରୁବାର ଝାଡଖଣ୍ଡ ରାଜନୀତିରେ ମହାଡ୍ରାମା ଦେଖିବାକୁ ମିଳିଥିଲା । କାରଣ ରାଜ୍ୟପାଳଙ୍କୁ ଭେଟିଥିଲେ ମଧ୍ୟ ରାଜ୍ୟପାଳ ସରକାର ଗଠନ କରିବାକୁ ଆମନ୍ତ୍ରଣ କରୁ ନ ଥିଲେ ।

ଅନ୍ୟପଟେ ହେମନ୍ତ ସୋରେନଙ୍କ ଭାଉଜ ତଥା ଜେଏମଏମର ବିଧାୟିକା ସୀତା ସୋରେନଙ୍କ ସହ ୪ ବିଧାୟକ ବିଦ୍ରୋହ ଆଭିମୁଖ୍ୟ ଆପଣେଇଥିଲେ । ଏହି ଚାରି ବିଧାୟକ ସମର୍ଥନ ପତ୍ରରେ ଦସ୍ତଖତ କରି ନ ଥିଲେ । ଫଳରେ ମହାମେଂଟର ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଥିଲା । ସମସ୍ତଙ୍କୁ ହାଇଦ୍ରାବାଦ ପଠାଯିବା ପାଇଁ ବନ୍ଦୋବସ୍ତ ହୋଇଥିଲା । କିନ୍ତୁ ଘନକୁହୁଡି ଯୋଗୁଁ ବିମାନ ବାତିଲ ହେବାରୁ ବିମାନ ବନ୍ଦରରୁ ବିଧାୟକ ସର୍କିଟ୍ ହାଉସ ଫେରି ଆସିଥିଲେ ।

ଆନ୍ଧ୍ର ପ୍ରଦେଶ ପଥର କୁଆଁରୀ ବିସ୍ପୋରଣରେ ପ୍ରାଣ ହରାଇଥିବା ଗଜପତି ଜିଲ୍ଲାର ୨ ପରିବାରକୁ ଭେଟିଲେ ବିଜେଡ଼ି ନେତାପାରଳାଖେମୁଣ୍ଡି:୬/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ୨ ଜଣ ଶ୍ରମିକ ଆନ୍ଧ୍ରର ଏକ ପଥର କୁଆଁରୀ ବିସ୍ପୋରଣରେ ମୃତ୍ୟୁବରଣ କରିଥିଲେ. ମୃତ୍ୟୁବରଣ ପରିବାରକୁ ସମବେଦନା ଜଣାଇବା ସହ ଆବଶ୍ୟକ ସରକାରୀ ସାହାର୍ଯ୍ୟ ଦାବି ନେଇ ଗଜପତି ଜିଲ୍ଲାର ବିଜେଡି ନେତାମାନେ ମୃତ ପରିବାରକୁ ଭେଟି ସରକାରଙ୍କୁ ଦାବି ଜଣାଇଛନ୍ତି. ଘଟଣାରୁ ପ୍ରକାଶ, ଗତ ୩ତାରିଖ ଦିନ ଆନ୍ଧ୍ରପ୍ରଦେଶର ଏକ ପଥର କୁଆଁରୀ ବିସ୍ପୋରଣ ସମୟରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା. ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ ଜଣ ଓ ଗଜପତି ଜିଲ୍ଲାର ୨ଜଣ ରହିଛନ୍ତି. ଉକ୍ତ ଖବର ପାଇ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ ପ୍ରମୁଖ ଗଜପତି ଜିଲ୍ଲା ମୋହନା ବ୍ଳକର ଦୁଇ ମୃତକ ଭାସ୍କର ବିଷୋୟୀ ଓ ଟୁକୁନା ଦଳାଇଙ୍କ ମୃତ ପରିବାରଙ୍କ ଘରେ ପହଞ୍ଚି ସେମାନଙ୍କୁ ସାନ୍ତ୍ୱନା ଦେବା ସହ 2 ମୃତକଙ୍କ ଆତ୍ମାର ସଦଗତି କାମନା କରିଥିଲେ. ଏଥିସହ ଦୁଇ ପରିବାରକୁ ଆର୍ଥିକ ସହାୟତା ସହ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ସରକାର ପ୍ରଦାନ କରନ୍ତୁ ବୋଲି ବିଜେଡିର ଏହି ନେତାମାନେ ଦାବି କରିଛନ୍ତି.ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଦୁଇ ମୃତ ପରିବାରର ପିଲାମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ.