ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ, ସର୍ଭାଇକଲ କ୍ୟାନସରରେ ଥିଲେ ପୀଡିତ


ମୁମ୍ବାଇ: ନିଜର ବୋଲ୍ଡନେଓ ଓ ବିବାଦ କାରଣରୁ ସର୍ବଦା ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଅପ୍ରତ୍ୟାଶିକ ମୃତ୍ୟୁ ଘଟିଛି । ତାଙ୍କ ମ୍ୟାନେଜର ଶୁକ୍ରବାର ଏହାର ସୂଚନା ଦେଇଛନ୍ତି । ପୁନମ ପାଣ୍ଡେ ସର୍ଭାଇକଲ କ୍ୟାନସରରେ ପୀଡିତ ଥିଲେ । ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇ ପଡିଛନ୍ତି । ୩୨ ବର୍ଷ ବୟସରେ ନିଜର ହୋମ ଟାଉନ କାନପୁରରେ ତାଙ୍କର ଦେହାନ୍ତ ଘଟିଛି ।

ପୁନମ ପାଣ୍ଡେ ସର୍ଭାଇକଲ କ୍ୟାନସରରେ ପୀଡିତ ଥିବା ତାଙ୍କର ଟିମ୍ ପକ୍ଷରୁ କୁହାଯାଇଛି । ପୁନମଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ତାଙ୍କ ଟିମ୍ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇଛି । ସେଥିରେ ଉଲ୍ଲେଖ ରହିଛି, ଆଜି ସକାଳେ ଆମର ପ୍ରିୟର ପୁନମ ପାଣ୍ଡେ ସର୍ଭାଇକଲ କ୍ୟାନସରରେ ନିଜର ଜୀବନ ହରାଇଛନ୍ତି । ଏହି ଖବର ପୁନମଙ୍କ ପ୍ରଶଂସକଙ୍କ ପାଇଁ ଶକ୍ତ ଝଟକା ଲାଗିଛି । ତାଙ୍କ ପରିବାରରେ ଶୋକର ଲହରି ଖେଳି ଯାଇଛି ।

ପୁନମଙ୍କ ମୃତ୍ୟୁକୁ କେହି ବିଶ୍ୱାସ କରି ପାରୁ ନାହାନ୍ତି । ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ଶୋକ ବ୍ୟକ୍ତ କରୁଛନ୍ତି । ଡିଜାଇନର ରୋହିତ ବର୍ମା ମଧ୍ୟ ପୁନମଙ୍କ ଦେହାନ୍ତରେ ସ୍ତବ୍ଧ । ସେ କହିଛନ୍ତି ଦୁଇ ଦିନ ପୂର୍ବେ ମୁ୍‌ମ୍ବାଇରେ ସେ ପୁନମଙ୍କ ସହ ସୁଟ୍ କରିଥିଲେ । ବିଶ୍ୱାସ ହେଉନି ଯେ, ପୁନମ ଏବେ ଦୁନିଆରେ ନାହାନ୍ତି । ସୁଟିଂ ସମୟରେ ସେ ଫିଟ୍ ନଜର ଆସୁଥିଲେ । କେହି ବିଶ୍ୱାସ କରି ପାରିବେ ନାହିଁ ଯେ, ତାଙ୍କୁ କ୍ୟାନସର ହୋଇଛି ।