Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥୁଆପଦର ହାଇସ୍କୁଲରେ ୩୧ତମ ବାର୍ଷିକ ଉତ୍ସବ ପାଳିତ

କଳାହାଣ୍ଡି, ୦୨/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଥୁଆପଦର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୩୧ ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ପ୍ରଫୁଲ କୁମାର ସାହୁ ଭବାନୀପାଟଣା ବ୍ଳକ ଚେୟାରମ୍ୟାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଚାରି ଶବର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଦିଗାମ୍ବର ଲୁହା ସରପଞ୍ଚ ଶେଷଦେବ ସାହୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ,ଗୀତାଞ୍ଜଳି ସାହୁ ସମିତି ସଭ୍ୟ ପୂର୍ବତନ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଯୋଗଦେଇ କୃତି ଛାତ୍ର ଙ୍କୁ ପୁରସ୍କାର ବିତରଣ କରିଥିଲେ।ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଦଧିଚନ୍ଦ୍ର ସାହୁ ଯୋଗଦେଇ ଗୁଣାତ୍ମକ ଶିକ୍ଷା ବିଷୟରେ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ।ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ।ଶିକ୍ଷୟତ୍ରୀ ଦୀପ୍ତିମୟୀ ସିଂ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଗିରିଜା ଶଙ୍କର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ବିରଞ୍ଚି କୁମାର ତାଣ୍ଡି, , ସୁବାଷ ତାଣ୍ଡି, ଧୁନ୍ତିଷା ରଞ୍ଜନ ମାଝୀ, ନରେନ୍ଦ୍ର କୁମଝରିଆ, ଶିବଦତ୍ତ ପଣ୍ଡା, ବିଭୁତି ପ୍ରଧାନ, ମୃତ୍ୟୁଞ୍ଜୟ ପତି, ଉମାକାନ୍ତ ପାଣିଗ୍ରାହୀ, ତପନ ସାହୁ, ସୌଦାମିନୀ ବନ ଗୋଲା କେଶବ ଚନ୍ଦ୍ର ପ୍ରଧାନ ଦିଗାମ୍ବର ଭୋଇ ଅରବିନ୍ଦ ସାହୁ ସହଯୋଗ କରିଥିଲେ | ଶେଷରେ ଶିକ୍ଷକ ଗିରିଜା ଶଙ୍କର ସାହୁ ଧନ୍ୟବାଦ ଦେଇଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ