Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାମ ଞ୍ଚଳ ଲୋକ ଙ୍କୁ ପାଲା ମାଧ୍ୟମ ରେ ସଚେତନତା।

ହାଟଡିହି ବ୍ଲକ ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ରାଜ୍ୟ ସରକାର ମୋ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମ ରେ ପ୍ରତି ପଞ୍ଚାୟତ ରେ ସଚେତନତା ଜାରି ରଖିଛନ୍ତି । ଯାହାକୁ ନେଇ ହାଟଡିହି ବ୍ଲକର ପ୍ରଥମ ଦିନରେ ଇଞ୍ଚୋଳ , ବଡ ରମ୍ପାସ, ପଞ୍ଚୁଗୋଛିଆ  ପଞ୍ଚାୟତ ରେ ବହୁ ସଂଖ୍ୟା ରେ ମହିଳା ପୁରୁଷମାନେ ଯୋଗ ଦେଇ ଥିଲେ, ସେମାନଙ୍କୁ ପାଲା ମାଧ୍ୟମ ରେ ବିଭିନ୍ନ ସରକାରୀ ଯୋଜନା ଗୁଡିକ ସଫଳ ରୂପାୟନ କରବା ପାଇଁ ଲୋକଙ୍କୁ ଲିଫଲେଟ ଦ୍ଵାରା ବୁଝାଇ ଦେବା ପରେ ପ୍ରଥମେ ଇଞ୍ଚୋଳ ପଞ୍ଚାୟତ ରେ ବିଧ୍ୟାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଖୁବ୍ ଆନନ୍ଦର ସହ ପରିଚାଳନା କରିବା ପରେ,ବିଡ଼ିଓ ସୌମ୍ୟ ଶ୍ରୀ ପାଣିଗ୍ରାହୀ ପହଞ୍ଚି କାର୍ଯ୍ୟକ୍ରମ କୁ ବୁଲି ଦେଖିଥିଲେ। ଏଥିରେ ଇଞ୍ଚୋଳ ସରପଞ୍ଚ ସସ୍ମିତା ମହାପାତ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମୂଲ୍ୟ ପହି, ସମାଜସେବୀ ଅଭିମନ୍ୟୁ ସେଠୀ ସମାଜସେବୀ ବିଜୟ ମହାପାତ୍ର, ଜିଆରେସ ଶ୍ରିମନ୍ତ ନାୟକ, ଙ୍କ ସହ ଅନ୍ୟ ପଞ୍ଚାୟତ ମାନଙ୍କ ମଧ୍ୟରେ ବଡରମ୍ପାସ ପଞ୍ଚାୟତ ରେ ଶିଶୁ କଳାକାର ମାନଙ୍କ ଦ୍ବାରା ବି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସେଥିରେ ସରପଂଚ ରବୀନ୍ଦ୍ର କୁମାର ଜେନା, ସମିତି ସଭ୍ୟ ବାବନ ଚରଣ ସେଠୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ମଧୁସ୍ମିତା ମହାନ୍ତି, ଜିଆରେଶ୍ ନିରଞ୍ଜନ ବାରିକ୍, ଏହାଛଡା ପଞ୍ଚୁଗୋଛିଆ ପଞ୍ଚାୟତ ରେ ସରପଂଚ ଦିନେଶ କୁମାର ସେଠୀ ଙ୍କ ସହୋଯୋଗ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମହେଶ୍ୱର ସାହୁ, ସମିତି ସଭ୍ୟ ପୂଜା ଜେନା, ରାମଚନ୍ଦ୍ର ଶତପଥୀ, ନାରା ୟଣ କର, କୃଷ୍ଣ ଚନ୍ଦ୍ର କର, ନିମାଇଁ ଚରଣ ନାୟକଙ୍କ ସହ ବିଭିନ୍ନ ପଞ୍ଚାୟତ ରେ ଅନେକ ବିଜୁ ଜନତା ଦଳର କର୍ମଚାରୀ ମାନେ ଯୋଗ ଦେଇଥିଲେ।