ଗୋପାଳପୁର ୨/୨
ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜରେ କ୍ଲର୍କ ଚାକିରି କରାଇ ଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ୧ ଲକ୍ଷ ୨୫ ହଜାର ୬ ଟଙ୍କା ଠକେଇ ଘଟଣାରେ ପୁଲିସ ଜଣେ ବରଖାସ୍ତ ସେନା କର୍ମଚାରୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ନନ୍ଦିଘରର ସନ୍ତୋଷ କୁମାର ସେଠୀ । ଛତ୍ରପୁର ଅଞ୍ଚଳର ଜଣେ ଯୁବତୀ ଚାକିରି ଖୋଜୁଥିବା ବେଳେ ସନ୍ତୋଷ କୁମାର ସେଠୀଙ୍କ ସହ ପରିଚୟ ହୋଇଥିଲା । ସନ୍ତୋଷ ଆର୍ମିରେ ଚାକିରି କରୁଛନ୍ତି ବୋଲି ଯୁବତୀଙ୍କୁ ପରିଚୟ ଦେବା ସହ ତାଙ୍କୁ ଆର୍ମି ରେ ଚାକିରି କରାଇ ଦେବେ ବୋଲି କହିଥିଲେ। ଗୋଳବନ୍ଧ ସ୍ଥିତ ଆର୍ମି କାର୍ଯ୍ୟାଳୟରେ ତାଙ୍କର ପରିଚୟ ରହିଛି ଏବଂ ସେଠାରେ କ୍ଲର୍କ ଚାକିରି କରାଇଦେବେ ବୋଲି ସନ୍ତୋଷ ସଂପୃକ୍ତ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ସେ ୧ ଲକ୍ଷ ୨୫ ହଜାର ୬ ଶହ ଟଙ୍କା ଯୁବତୀଙ୍କ ଠାରୁ ଜାନୁଆରୀ ମାସ ୮ ତାରିଖ ଠାରୁ ୧୮ ମଧ୍ୟରେ ନେଇ ଥିଲା l ଅନେକ ଦିନ ଯାଏଁ ଯୁବତୀଙ୍କୁ ଚାକିରି ମିଳିନଥିବାରୁ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ପରେ ଘଟଣାକୁ ନେଇ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ ୪୦/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ବ୍ରହ୍ମପୁର ଏସ. ପି ଡା. ଶ୍ରବଣା ବିବେକ ଏମଙ୍କ ନିର୍ଦ୍ଧେଶ କ୍ରମେ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତକୁ ଖୋଜାଖୋଜି କରିଥିବା ବେଳେ ଆଜି କୌଣସି ସୂତ୍ରରୁ ଖବର ପାଇଁ କୁକୁଡାଖଣ୍ଡି ଅଂଚଳରେ ପୁଲିସକୁ ଦେଖି ଦୌଡ଼ି ଚାଲିଯାଉଥିବା ବେଳେ ତାର ଫୋଟୋକୁ ଦେଖି ପୁଲିସ କାବୁ କରି ତ ଠାରୁ ଏକ ମୋବାଇଲ ଜବତ କରି ଆଜି କୋର୍ଟ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l ଅଭିଯୁକ୍ତ ସନ୍ତୋଷ ସେନା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ , କିନ୍ତୁ ତାଙ୍କର ଏପରି କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ସେନା ପକ୍ଷରୁ ବରଖାସ୍ତ କରା ଯାଇଛି।