Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁ କୁ ରାସ୍ତା ନାହିଁ ,୩ କିମି ଗର୍ଭବତୀ ମହିଳା ଙ୍କୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

କୋକସରା:୦୩/୦୧
କଳାହାଣ୍ଡି ଜିଲ୍ଲା ରୁ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା ର ଚିତ୍ର, କୋକସରା ବ୍ଲକ ଆମପାଣି ପଞ୍ଚାୟତ ର ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଗିରଳିମାଲ ଗାଁ କୁ ଭଲ ରାସ୍ତା ଟିଏ ନ ଥିବାରୁ ଗାଁ କୁ ଯାଇ ପାରି ନ ଥିଲା ଆମ୍ବୁଲାନ୍ସ । ଶୁକ୍ରବାର ସନ୍ଧ୍ୟାରେ ଗିରିଲିମାଲ ଗାଁ ର ଲିଙ୍ଗୁରୁ ଖିଲୋ ଙ୍କ ଗର୍ଭବତୀ ପତ୍ନୀ ଦୀପାଲି ଖିଲୋ (୨୪) ଙ୍କ ପ୍ରସବ ବେଦନା ଆରମ୍ଭ ହେବାପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ଗର୍ଭବତୀ ମହିଳା ଙ୍କୁ ଆଣିବା ପାଇଁ ଯାଇଥିବା ଆମ୍ବୁଲାନ୍ସ କର୍ମଚାରୀ ମାନେ କୌଣସି ଉପାୟ ନ ପାଇ ମାନବିକତା ଦେଖାଇ ଦିର୍ଘ ତିନି କିଲୋମିଟର ଷ୍ଟେଚର ରେ ଗର୍ଭବତୀ ମହିଳା ଙ୍କୁ ବୋହି ଆଣିଲେ। ପରେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆଣି ଭର୍ତି କରିଥିଲେ | ତେବେ ଗର୍ଭବତୀ ମହିଳାଙ୍କ ରକ୍ତ ହୀନତା ଥିବା କାରଣରୁ ତାଙ୍କୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣା କୁ ସ୍ଥାନାନ୍ତର କରିଛନ୍ତି। ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଦେବେନ୍ଦ୍ର ନାଏକ,କର୍ମଚାରୀ ବୈବସୁତ ଛାତ୍ରୀଆ, ବେଲାଳସେନ ନାଏକ ଙ୍କ ଏହି କାର୍ଯ୍ୟ କୁ ପ୍ରଶଂସା କରାଯାଇଛି।