Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅସହାୟ ମହିଳା ଓ ପୁରୁଷ ଙ୍କୁ ମିଳୁଥିବା ରାଶିକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ

ଭବାନୀପାଟଣା, ୦୩/୦୨ (ଜଗନ୍ନାଥ ନାଏକ) : ଯେଉଁ ଭଳି ରାଜ୍ଯରେ ପନିପରିବା, ଖାଦ୍ୟ ସାମଗ୍ରୀ, ଔଷଧ ଓ ଅନ୍ଯାନ୍ଯ ଜିନିଷର ଦରଦାମ୍ ଆକାଶଛୁଆଁ ହେଲାଣି ବଡ଼ବଡ଼ ବ୍ଯବସାୟୀ, ସରକାରୀ କର୍ମଚାରୀମାନେ ବି ନିଜ ପରିବାର ଭରଣପୋଷଣ କରିବା କଷ୍ଟକର ହୋଇପଡୁଛି। ସେହି ସମୟରେ ସାମାଜିକ ସୁରକ୍ଷା ଯୋଜନାରେ ୬୦ବର୍ଷରୁ ଉର୍ଦ୍ଧ୍ବ ବୁଢାବୁଢି, ବିଧବା ଓ ଅବିବାହିତା ମହିଳା ପାଉଥିବା ମାସିକ ୫୦୦ଟଙ୍କା ଏବଂ ୮୦ବର୍ଷରୁ ଉର୍ଦ୍ଧ୍ବ ବୁଢାବୁଢି ଓ ଦିବ୍ୟାଙ୍ଗମାନେ ପାଉଥିବା ମାସିକ ୭୦୦ଟଙ୍କାରେ ବଞ୍ଚିବେ କେମିତି? ଯାହା ଏହି ମହଙ୍ଗା ଦୁନିଆରେ ସମୁଦ୍ରକୁ ଶଙ୍ଖେ। ଓଡିଶାର ବିଭିନ୍ନ ସଂଗଠନ ତରଫରୁ ଦାବି ହେଉଥିବାବେଳେ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ କଳାହାଣ୍ଡି ଜିଲ୍ଲା ସାରା ଦୀର୍ଘ ଦିନ ଧରି ଭତ୍ତା ଟଙ୍କା ବଢାଇବା ସକାଶେ ଅହରହ ସଚେତନତା କାର୍ଯ୍ୟକ୍ରମ ଓ ଦସ୍ତଖତ ଅଭିଯାନ କରି ବିଭିନ୍ନ ଖବରକାଗଜ, ସୋସିଆଲ ମିଡିଆ ଏବଂ ଟୁଇଟ୍ ମାଧ୍ୟମରେ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିଆସୁଛନ୍ତି। ଗତ ନଭେମ୍ବର ୧ତାରିଖ ଦିନ ମାନ୍ୟବର ମୁଖ୍ଯମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ସମୟରେ ବି ସଂଗଠନର ସଦସ୍ଯମାନେ ଭତ୍ତା ଟଙ୍କା ବଢାଇବା ପାଇଁ ପ୍ଲାକାର୍ଡ ପ୍ରଦର୍ଶନ ମଧ୍ଯ କରିଥିଲେ। ଗତବର୍ଷ ଅଗଷ୍ଟ ୧୧ ଏବଂ ଚଳିତବର୍ଷ ଜାନୁଆରୀ ୬ତାରିଖରେ ଭତ୍ତା ଟଙ୍କା ବଢିବା ଆଶଙ୍କା ନେଇ ଖବର ପ୍ରସାରଣ ହୋଇଥିଲା କିନ୍ତୁ ରାଜ୍ଯ ସରକାର ଏବେ ଯାଏଁ ଚୁପ୍। ତେଣୁ ଆଜି “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ସଂଗଠକ ତଥା ଯୁବନେତା ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଭବାନୀପାଟଣା ସହରର ମା ମାଣିକେଶ୍ଵରୀ ମନ୍ଦିର ଏବଂ ପୁରୁଣାପଡାର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରୁ ରାଲି ମାଧ୍ୟମରେ ବାହାରି ଜିଲ୍ଲାପାଳ ଅଫିସକୁ ପହଞ୍ଚଥିଲେ ଏବଂ ପାଖାପାଖି ୧୦୦୦ ହିତାଧକାରୀଙ୍କୁ ନେଇ ଏକ ବିରାଟ ସଭାର ଆୟୋଜନ ହୋଇଥିଲା। ପଡୋଶୀ ରାଜ୍ଯ ଆନ୍ଧ୍ରପ୍ରଦେଶ ୨୫୦୦ଟଙ୍କା ଦେବା ସହିତ ଅନ୍ୟ ସବୁ ଛୋଟ ବଡ ରାଜ୍ୟମାନେ ୧୫୦୦ରୁ ୪୦୧୬ଟଙ୍କା ପର୍ଯ୍ୟନ୍ତ ଭତ୍ତା ଟଙ୍କା ପ୍ରଦାନ କରୁଥିବା ବେଳେ ଆମ ରାଜ୍ୟ ଓଡିଶା ସବୁଠାରୁ କମ୍ ପ୍ରଦାନ କରୁଛି। ପୁଣି ନିୟମିତ ବ୍ୟବଧାନରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବଢାଯାଉଛି। ନିର୍ବାଚନକୁ ଆଖି ଆଗରେ ରାଜ୍ଯ ସରକାର ସବୁ ବର୍ଗ, ସମାଜ ଓ ସଂଗଠନ ମାନଙ୍କ ପାଇଁ ଟ୍ରେଜେରୀ ଖୋଲି ଦେଇଥିବାବେଳେ ଏହି ଗରିବ ଭତ୍ତା ହିତାଧିକାରୀମାନଙ୍କ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ଏହା ଓଡିଶାର ଗରିବ ଓ ଅସହାୟ ପାଇଁ ଉପହାସ ନୁହେଁ କି ? ଯଦି ସରକାର ଆଗାମୀ ୧୫ଦିନ ଭିତରେ ବୁଢାବୁଢି, ବିଧବା ଓ ଅବିବାହିତା ମହିଳା ଭତ୍ତା ୨୫୦୦ଟଙ୍କା ଏବଂ ଭିନ୍ନକ୍ଷମ ଭତ୍ତା ୩୦୦୦ଟଙ୍କା ଏବଂ ସମସ୍ତ ଭତ୍ତା ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସାର ବ୍ଯବସ୍ଥା ନ ଘୋଷଣା କରନ୍ତି ତାହେଲେ ଜିଲ୍ଲାବ୍ୟାପି ଆନ୍ଦୋଳନ ହେବ ବୋଲି ଲକ୍ଷ୍ମୀନାରାୟଣ ପଣ୍ଡା ଚେତାବନୀ ଦେଇଛନ୍ତି। ସଂଗଠନର ସଭାପତି ସୁରେଶ ସଂଗ୍ରାମ, ନାରୀ ନେତ୍ରୀ କବିତା ରାଉତ, ନିରୋଦ କୁମାର ରାଉତ,ପଞ୍ଚୁ ସାହୁ, ନାରୀ ନେତ୍ରୀ ମନ୍ଦାକିନୀ ବାଣୁଆ, ନବନିର୍ମାଣ କ୍ରୁଷକ ସଂଗଠନର ଆବାହକ ଲିଙ୍ଗରାଜ ପ୍ରଧାନ, ନାରୀ ନେତ୍ରୀ ମନ୍ଦାକିନୀ ବାଣୁଆ, ହିତେଶ ନାଏକ, ମଧୁଲାଲ ନାଏକ, ବନିତା ପ୍ରଧାନ, ଜୟନ୍ତି ପାତ୍ର, ଅଞ୍ଜଳି ବାଗ, ଅଜୟ ରାଉତ, ଶିବାନୀ ଶଙ୍କର ଭୋଇ, ଦମୟନ୍ତୀ ମାଝୀ, ପାର୍ବତୀ ଗହିର, ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଲେ। ଶେଷରେ ସମସ୍ତଙ୍କ ଉପସ୍ଥିତିରେ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଡେପୁଟି କଲେକ୍ଟରଙ୍କୁ ୩ଦଫା ଦାବୀପତ୍ର ପ୍ରଦାନ କରିଥିଲେ।